ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଗଡ଼ିଲା ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ସଚେତନତା ରଥ

ବାରିପଦା ତା.୧୨-୦୬-୨୦୨୪ରିଖ
ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଓ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ଗାଇପାଇଙ୍କ ତତ୍ୱାବଧାନରେ ଆଜି ସକାଳ ୮ ଘଟିକା ସମୟରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସରରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନିରଞ୍ଜନ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ କହିଥିଲେ କି ଉକ୍ତ ସଚେତନତା ରଥ ସହରରେ ବିଭିନ୍ନ ଅଂଚଳ ପରିକ୍ରମଣ ସମୟରେ ଜିଲ୍ଲlରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କ ରେ ଜନସାଧାରଣ ଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରି ଲୋକମାନେ ଯେମିତି ଶିଶୁ ଶ୍ରମିକ ମାନଙ୍କୁ କୌଣସି କାର୍ଯ୍ୟ ରେ ନିୟୋଜିତ ନକରନ୍ତି ସେ ବିଷୟରେ ବାର୍ତ୍ତା ଦେବା ସହ ଲୋକମାନଙ୍କ ମଧ୍ୟରେ ଶିଶୁ ଶ୍ରମିକ ଉଛେଦ ଆଇନ ରେ ଉଲ୍ଲେଖ ଥିବା ବିଭିନ୍ନ ନିୟମ ନୀତି ବିଷୟରେ ବିସ୍ତୃତ ଭାବେ ବାର୍ତ୍ତା ପହଞ୍ଚାଇବ ଏବଂ ଏହାର ଉଲଘଂନ କଲେ ଦୋଷୀ ଙ୍କ ବିରୁଦ୍ଧରେ ଉଦିଷ୍ଟ ଆଇନ ଗତ କାର୍ଯ୍ୟାନୁଷ୍ଠାନ ସମ୍ଭନ୍ଧ ରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଇବ. ଏଥିରେ ଶ୍ରମ ଅଧିକାରୀ ଜନସାଧାରଣ ଙ୍କ ସହଯୋଗ କାମନା କରି କହିଥିଲେ କି ଏହି ସଚେତନତା ରଥ ମାଧ୍ୟମ ରେ ଜନସାଧାରଣ ଶିଶୁ ଶ୍ରମିକ ନିୟୋଜିତ ରୁ ନିବୃତ୍ତ ରହିବା ସହିତ ଯଦି କୌଣସି ସ୍ଥାନ ରେ କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଥିବାର କିମ୍ବା ୧୫ ବର୍ଷ ରୁ ୧୮ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଂକୁଳ ବୃତ୍ତି ବା ପ୍ରକ୍ରିୟା ରେ ନିୟୋଜନ କରିବା ର କାହାର ଦୃଷ୍ଟି ଗୋଚର ହୁଏ ତବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳ ଙ୍କୁ ଅବଗତ କରିବା ସହିତ ନିଶୁକ୍ଳ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର 155368 ଏବଂ ଚାଇଲଡ ଲାଇନ ନମ୍ବର 1098 ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି. ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ ସମୟରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବା ସହ ସେମାନଙ୍କ ପାଠ ପଢା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଦାୟିତ୍ୱ ନିଆଯାଉଛି ଏବଂ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରାଯାଇ ସେମାନଙ୍କର ସାମଗ୍ରିକ ବିକାଶ ଦିଗରେ ପ୍ରଯତ୍ନ କରାଯାଉଛି . ଏହାଦ୍ୱାରା ଭବିଷ୍ୟତ ରେ ସେମାନେ ଜଣେ ଜଣେ ସୁନାଗରିକ ହୋଇ ନିଜ କୁ ପ୍ରତିଷ୍ଠିତ କରିବା ରେ ସକ୍ଷମ ହୋଇ ପାରିବେ.

ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଇଂଜିନିୟରିଙ୍ଗ କଲେଜ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ୱାବଧାନରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଅଧୀନରେ Child friendly legal service to children & their protection ଯୋଜନା ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏଥି ସହିତ “ଅଧୁରା ସ୍ବପ୍ନ” ନାଟକ ପରିବେଷଣ ଓ” ଶିଶୁ ଶ୍ରମିକ କୁ ନା” ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମିସେସ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ,ଚାଇଲଡ ଲାଇନ ର ସଦସ୍ୟ, ସି ଡବ୍ଲୁ ସି ର ସଦସ୍ୟଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ, ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.
ଦୀନବନ୍ଧୁ ବାରିକ

Leave a Reply

Your email address will not be published. Required fields are marked *