
ଚଣ୍ଡିଖୋଲ : ୧୨/୬(କ ଵ୍ୟୁ) : ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଆଜି ବଡଚଣା ବ୍ଲକ୍ ଛାତ୍ର କଂଗ୍ରେସ ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଛାତ୍ର କଂଗେସ ର ଦାବୀ ଅନୁଯାୟୀ ଓଡ଼ିଶାର ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାରର ଅନେକ ଛାତ୍ର ଛାତ୍ରୀ ଆର୍ଥିକ ଅଭାବ ଅନlଟନ ଯୋଗୁ ବଡ଼ବଡ଼ ଆବାସିକ ଶିକ୍ଷାନୁଷ୍ଠାନ ରେ ଶିକ୍ଷା ଲାଭ କରି ପାରୁ ନାହାନ୍ତି। ଦିନକୁ ଦିନ ବୃଦ୍ଧି ପାଉଥିବା ବସ ଭଡ଼ା ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧି ହେତୁ ସେମାନଙ୍କ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ହେଉଛନ୍ତି।ଫଳରେ ରାଜ୍ୟରେ ବେକାର ଯୁବକ ଯୁବତୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ଆହ୍ଵାନ କ୍ରମେ ଆଜି ବଡଚଣା ବ୍ଲକ୍ ଛାତ୍ର କଂଗ୍ରେସ ପକ୍ଷରୁ ସରକାରୀ ବସରେ ଛାତ୍ର ଛାତ୍ରୀ ମାନଙ୍କୁ ଶତ ପ୍ରତିଶତ ବସ୍ ଭଡ଼ା ଛାଡ଼ ଓ ବେସରକାରୀ ବସ ରେ ୫୦ଶତକଡା ବସ ଭଡ଼ା ଛଡ଼ା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ମଧ୍ୟମରେ ରାଜ୍ୟ ସରକାର ଙ୍କ ନିକଟରେ ଦାବୀ କରା ଯାଇଛି।ବଡଚଣା ଛାତ୍ର କଂଗେସ ସଭାପତି ଆବାସ ଜେନା ଙ୍କ ନେତୃତ୍ଵରେ, ଯୁବକଂଗ୍ରେର ନେତା ଚର୍ଚ୍ଚିତ ମାହାଲା,ଅଜୟ ସାମଲ, ନୀଳକଣ୍ଠ ମିଶ୍ର, ସୁରେଶ ସାହାଣୀ, ପ୍ରବୀର ବଳ ଚିନ୍ମୟ ପ୍ରଧାନ, ଚିକୁ ଦାସ, ସନକ ନାୟକ, ଆଶୁତୋଷ ମହାନ୍ତି, ବିଶ୍ଵ ପ୍ରକାଶ ସାମଲ, ଜୟ ପ୍ରକାଶ ବିଶ୍ବାଳ ସମେତ ବହୁ କଂଗେସ କର୍ମୀ ଚଣ୍ଡିଖୋଲ ଛକ ରୁ ଏକ ଶୋଭାଯାତ୍ରା ରେ ଯାଇ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଦାବୀପତ୍ର ଗ୍ରହଣ କରି ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।