

ବରଗଡ଼ : ଅଶି ଫୁଟ ବିଶିଷ୍ଟ ଜଗନ୍ନାଥ ମନ୍ଦିରରେ ରତ୍ନମୋଦ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି lଗାଁ ଟି ବରଗଡ଼ ଜିଲ୍ଲା, ମେଲଚ୍ଛାମୁଣ୍ଡା ଗ୍ରାମ ପଞ୍ଚାୟତର ତେଲମହୁଲ ଏକ ଶ୍ରଦ୍ଧାଳୁ ଧର୍ମପରାୟଣ ସନାତନୀ ଅଟେ l ଏହି ତେଲମହୁଲ ଗାଁରେ ପୂର୍ବେ ରମାକାନ୍ତ ସିଂ ବରିହା ଗୌନ୍ତିଆ ଶାସନ କରୁଥିଲେ l ତାଙ୍କ ପୁଅ -ନାତି ଶ୍ରୀ ସର୍ଦାର ସିଂ , ଶ୍ରୀ ଦରବାର ସିଂ , ଶ୍ରୀ କବିଲ ସିଂ ଓ ଶ୍ରୀ ମଳୟ ସିଂ ମାନଙ୍କ ମଧ୍ୟରୁ ଦରବାର ଗାଁ ମୁଖିଆ ଭାବରେ କିଛି ଜମି ଜଗନ୍ନାଥ ମନ୍ଦିରକୁ ପୂଜକ ଶ୍ରୀ କ୍ଷୀରୋଦ୍ର ପଣ୍ଡା ନାଁରେ ଓ ଏହି ମନ୍ଦିର ତିଆରି ପାଇଁ ଦାନ କରିଛନ୍ତି l ତେଲମହୁଲ ଗାଁ କୁ ରାମରାଜ୍ୟ ଭାବେଶ୍ରୀ ଦରବାର ସିଂ ବରିହା ଚଳାଇ ଆସୁଛନ୍ତି l ଗ୍ରାମବାସୀ ତଥା ଶ୍ରୀ ସିଂଙ୍କ ଅନୁରୋଧ କ୍ରମେ ରାଜ ବୋଡାସମ୍ବର ସମିତି ମହାସଂଘ ସଭାପତି ଶ୍ରୀଯୁକ୍ତ ଠାକୁର ପ୍ରସାଦ ପଣ୍ଡା,ମୁଖ୍ୟ ଅତିଥି ପଦ୍ମପୁର ସମିତି ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ସିଂ ବରିହା ଓ ବୁଡେନ ଏକ୍ସ ସରପଞ୍ଚ ଶ୍ରୀ ମୁରଲୀ ମେହେର ସମ୍ମାନିତ ଅତିଥି ଭାବରେ ଉତ୍ସବରେ ଯୋଗ ଦେଇ ଥିଲେ l ଗାଁଟି ହରିବୋଲ ହୁଳହୁଳିରେ ପବିତ୍ର ହୋଇଯାଇଛି l ଗାଁ କମିଟି ସଭାପତି ଶ୍ରୀ ଫକୀର କୁମାର ଅତିଥିଙ୍କ ମେଳରେ ରତ୍ନମୋଦ କାର୍ଯ୍ୟକ୍ରମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରି ହରି ରସାମୃତ ନାମଯଜ୍ଞ ଉପଭୋଗ କରି ଅନ୍ନଛତ୍ରରୁ ପ୍ରସାଦ ପାଇ ଆନନ୍ଦ ଅନୁଭବ କରିଥିଲେ l ଗାଁ ଚାରିପଟେ ମିନାବାଜାର ଠାରୁ ଆରମ୍ଭ କରି ପ୍ରତ୍ୟେକ ଜନ ଗହଳିର ପସରା ମେଳିଥିଲା l ଉପଖଣ୍ଡ ପଦ୍ମପୁର ଅଞ୍ଚଳ ତଥା ବହୁ ଦୂରଦୂରାନ୍ତରୁ କୀର୍ତନ୍ୟ କଳାକାରଙ୍କ ସମାବେଶର ଆୟୋଜନ କରା ଯାଇଥିଲା l ଏହି ଆୟୋଜନର ମୁଖ୍ୟ ଭୂମିକା ଏହି ଅତିଥିମାନେ ସହଯୋଗରେ ହାତ ଦେଇଥିଲେ l ଏକ କୁଣ୍ଡିୟ ହରି ଯଜ୍ଞରେ ବିଶେଷ ଭିଡରେ ଦେଖା ଦେଇଥିଲା,ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ଅନ୍ନ ପ୍ରସାଦକୁ ଅମୃତମଣୀ ଦରବାର ସିଂଙ୍କ ଭୁରି ପ୍ରଶଂସା କରିଥିଲେ l ଫକୀର ଦୀପଙ୍କ ରିପୋର୍ଟ