


ରାୟଗଡା :; ଭାରତୀୟ ଯାଦବ ସମାଜ ତରଫରୁ ରେଜେଙ୍ଗାଲା ସହିଦ ମାଟିକୁ ନେଇ ଦେଶ ବ୍ୟାପୀ କଳସ ଯାତ୍ରା ଚାଲିଛି । ଆଜି ଏହି ସହିଦ ମାଟିକୁ ନେଇ ପବିତ୍ର କଳସ ଯାତ୍ରା ଅପରାହ୍ନ 1ଟା ସମୟରେ ରାୟଗଡା ସହରରେ ପହଞ୍ଚିଛି । ଏହି କଳସ ଯାତ୍ରା ସଙ୍କୀର୍ତ୍ତନ ସହ ଏକ ପଦଯାତ୍ରାରେ ରାୟଗଡ଼ ସହର ପରିଭ୍ରମଣ କରି ସ୍ଥାନୀୟ ଇନ୍ଦିରାନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ରଖା ଯାଇଥିଲା । ଜଲ୍ଲାର ବିଭିନ୍ନ ବ୍ଲକର ଯାଦବ ସମାଜର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଏକ କାର୍ଯ୍ୟକ୍ରମ ସେଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ଯୁବ ସମାଜ ସଭାପତି ଅମର ନାୟକ ଯୋଗ ଦେଇ ଉକ୍ତ ସହିଦ ମାଟିକୁ ନେଇ ଯେଉଁ କଳସ ଯାତ୍ରା କରାଯାଉଛି ତାହାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ଭାବେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଶ୍ରୀ ନାୟକ କହିଥିଲେ ଯେ ଅହିର ରେଜିମେଣ୍ଟ ସ୍ଥାପନ କରି ଦେଶ ସେବା ପାଇଁ ଯାଦବ ସମାଜକୁ ସୈନ୍ୟ ବାହିନୀରେ ସ୍ଥାନ ଦେବା ସହ 1962 ଚାଇନା ସହ ଯୁଦ୍ଧ କରି ସହିଦ ହୋଇଥିବା 114 ଜଣ ଯାଦବ ସୈନିକଙ୍କୁ ମରଣତ୍ତୋର ସମ୍ମାନିତ କରିବା ସରକାରଙ୍କ ନିକଟରେ ଆମର ଦାବି ଓ ନିବେଦନ । ଏହି ଅବସରରେ ଜିଲ୍ଲାର ଅନେକ ଯୁବ ଯାଦବ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅମିତ ନାୟକଙ୍କ ତତ୍ତ୍ଵାବଧାନରେ ରାୟଗଡାର ଯାଦବ ସମାଜ ସୁରୁଖୁରୁରେ ପରିଚାଳିତ କରିଥିଲା । ପରେ ଅପରାହ୍ନ 3 ଟା ସମୟରେ ରାୟଗସ୍ଦାରୁ ବାହାରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଭିମୁଖେ ଯତର କରିଥିଲେ ।ରାୟଗଡରୁ ତପନ କାଡ୍ରାକା ଙ୍କ ରିପୋର୍ଟ l