
ବଲାଙ୍ଗୀର-୩/୬ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଅଭିଯୋଗ ଶୁଣାଣୀ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ସରପଞ୍ଚ ତପସ୍ପିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ସଡଙ୍ଗୀ ଯୋଗ ଦେଇଥିଲେ ।ତାଙ୍କ ସହ ଏପିଓ ପ୍ରଶାନ୍ତ କୁମାର ସାହୁ,ମହିଳା ଓ ଶିଶୁ ବିକାଶ ଅଧିକାରୀଣି ଅମିତାରାଣୀ ପଣ୍ଡା, ଏସିଓ କନିଷ୍କ ବିଭାର ଏବଂ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯୋଗଦେଇଥିଲେ । ଏହି ଶିବିରକୁ ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରିଣୀ ଅଞ୍ଜଳି ଶବର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶିବିରକୁ ମୋଟ ୧୭ଗୋଟି ଅଭିଯୋଗ ଆସିଥିଲା ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଉଦ୍ଭା ବାବଦକୁ ୧୦ଗୋଟି,ପିଡ଼ିଏସ ବାବଦକୁ ୨ଗୋଟି, ଏମଜିଏନଆରଜିଏସ ବାବଦକୁ ୩ଟି ଏବଂ ଆଇସିଡିଏସ ବାବଦକୁ ୨ଗୋଟି ଅଭିଯୋଗ ଆସିଥିଲା ।