


ଚଣ୍ଡିଖୋଲ୧୯/୫(କ ବ୍ୟୁ) ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ଓ ଅତ୍ୟାଧୁନିକ ଜୀବନ ଶୈଳୀ ଭିତରେ ନିଜର ଜନ୍ମ ଦିନ କୁ ସ୍ମରଣୀୟ କରିବା ପାଇଁ କିଏ କେତେ ପଇସା ଖର୍ଚ୍ଚ କରୁଛି। ମାତ୍ର ଟିମ ବଡଚଣା ର ଅଧ୍ୟକ୍ଷ ଅଦ୍ୱିତୀୟ ଶତପଥୀ ଆଦିବାସୀ ପିଲା ମାନଙ୍କ ଗହଣରେ ନିଜର ଜନ୍ମ ଦିନ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି ଜନ୍ମ ଦିନରେ ନା ଥିଲା ଭୋଜି ଭାତର ଆସର, ନା ଥିଲା ପଞ୍ଚ ତାରକା ହୋଟେଲ ରେ ମଦ ମାଂସ ଓ ଡିଜେ ଗୀତରେ ମତୁଆଲା ନୃତ୍ୟ , ନା ଥିଲା କେକ୍ କଟାର ସମ୍ଭ୍ରାନ୍ତ ଜୀବନ ଶୈଳୀ। ଏ ସବୁଠାରୁ ଦୂରରେ ରହି ନିଆରା ଢଙ୍ଗରେ ନିଜର ଜନ୍ମ ଦିନ କୁ ସ୍ମରଣୀୟ କରିବା ପାଇଁ ଆଧୁନିକତାର ଚlକଚକ୍ୟ ଓ ସହରୀ ସଭ୍ୟତା ଠାରୁ ଦୂରରେ ଥିବା ନିରୀହ ଆଦିବାସୀ ପିଲା ମାନଙ୍କ ଗହଣରେ ନିଜର ଜନ୍ମ ଦିନ ପାଳନ କରିଥିଲେ। ଶ୍ରୀ ଶତପଥୀ ବଡଚଣା ବ୍ଲକ୍ ଅନ୍ତର୍ଗତ ବଡଚଣା ଗ୍ରାମ ପଞ୍ଚାୟତ ଅଧୀନ ଶାସନ ପୁରୁଷୋତ୍ତମ ପୁର ସ୍ଥିତ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ସଚେତନତା ସୃଷ୍ଟି କରିବା ସହିତ ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଏକ ସଭା ଅବସର ପ୍ରାପ୍ତ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥଲା। ଏଥିରେ ବଡଚଣା ର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଶାସନ ପୁରୁଷୋତ୍ତମପୁର, ଗ୍ରାମରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, ଆଲୋକିକରଣ, ଖେଳ ପଡିଆ ର ଉନ୍ନତି, କ୍ଳବଘର ନିର୍ମାଣ, ମନ୍ଦିର ପ୍ରତିଷ୍ଠା ପାଇଁ ଦିଆ ଯାଇ ଥିବା ସହଯୋଗ ବିଷୟରେ କହିଥିଲେ। ଅଦ୍ୱିତୀୟ ଶତପଥୀ କହିଲେ ଜେ ଟିମ ବଡଚଣା ଏକ ସାମାଜିକ ଅନୁଷ୍ଠାନ ଯାହା ବଡଚଣା ଅଞ୍ଚଳରେ ସାମାଜିକ ସେବା, ରକ୍ତଦାନ, ବୃକ୍ଷରୋପଣ, ସ୍ବଚ୍ଛତା, ଅସହାୟ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିବା ସହିତ ଶିକ୍ଷା ସଚେତନତା ଅଭିଯାନ ଆରମ୍ଭ କରିଥାଏ। ଅନ୍ଧାର ରୂପକ ଅଜ୍ଞାନ ରୁ ଜ୍ଞାନ ରୂପକ ଅଲୋକ ଶିକ୍ଷା ହିଁ ପ୍ରଦାନ କରିଥାଏ।ଦେଶ, ଜାତି ଓ ସମାଜର ଉନ୍ନତି ପାଇଁ ଶିକ୍ଷା ହି ଏକମାତ୍ର ବିକଳ୍ପ ବୋଲି କହିବା ସହିତ ଉପସ୍ଥିତ ଜନଜାତି ପିତା ମାତା ଓ ଅଭିଭାବକ ଙ୍କୁ ନିଜ ପିଲା ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ମଧୁସୂଦନ ବଳ,ପୁର୍ବତନ ସମିତି ସଭ୍ୟ କିଶୋର ସାମଲ, ଚିନ୍ମୟ ମହାନ୍ତି, ରଶ୍ମି ରଞ୍ଜନ ଦାସ, ମହେଶ୍ୱର ପୃଷ୍ଟି, ଅମିନ ନାୟକ, ସୁଜିତ ସୌରଭ ସାମଲ, ପଙ୍କଜ ନାୟକ, ସରୋଜ୍ ପଣ୍ଡା, ବିମଳ ଟୁଡୁ,ବୁଦ୍ଧି ରାମ ବିଶ୍ବାଳ ସମେତ ଟିମ୍ ବଡଚଣା ର ଶତାଧିକ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ।ପରେ ଶତାଧିକ ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରଯାଇଥିଲା। ଏହି ଅବସରରେ ଚଣ୍ଡିଖୋଲ ଛକ ଠାରେ ଜଳଛତ୍ର କେନ୍ଦ୍ର ଖୋଲା ଯିବା ସହିତ,ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଥିଲା। ଏହିପରି ଅଭିନବ ଜନ୍ମୋତ୍ସବ ପାଳନ କୁ ସାଧାରଣରେ ପ୍ରଶଂସା କରାଯାଇଛି।।