
ଜ୍ଯେଷ୍ଠ ସଂକ୍ରାନ୍ତିରେ ଯେଉଁ ପରିବାରେ
ପୁତ୍ର-ପୁତ୍ରୀ ବ୍ରତ ହୁଏ,
ସେହି ପରିବାରେ ସୁଖ ଓ ସୌଭାଗ୍ଯ
ସର୍ବଦା ମହକୁଥାଏ ।🌹
ଜ୍ଯେଷ୍ଠ ସଂକ୍ରାନ୍ତିରେ ଯେଉଁ ପରିବାରେ
ପୁତ୍ର-ପୁତ୍ରୀ ବ୍ରତ ହୁଏ,
ସେହି ପରିବାରେ ପରସ୍ପର ମଧ୍ଯେ
ଶ୍ରଦ୍ଧା-ରଜ୍ଜୁ ଶକ୍ତ ଥାଏ ।🌹
ଜ୍ଯେଷ୍ଠ ସଂକ୍ରାନ୍ତିରେ ଯେଉଁ ପରିବାରେ
ପୁତ୍ର-ପୁତ୍ରୀ ବ୍ରତ ହୁଏ,
ସେହି ପରିବାରେ ସ୍ନେହ ଶ୍ରଦ୍ଧା ମଧୁ
ସଦାକାଳେ ଝରୁଥାଏ ।🌹
ଜ୍ଯେଷ୍ଠ ସଂକ୍ରାନ୍ତିରେ ଯେଉଁ ପରିବାରେ
ପୁତ୍ର-ପୁତ୍ରୀ ବ୍ରତ ହୁଏ,
ସେହି ପରିବାରେ ଆନନ୍ଦ ଲହରି
ନିରନ୍ତର ଖେଳୁଥାଏ ।🌹
ଆୟୁ ବରଦାନ ପୁତ୍ରର ମଙ୍ଗଳ
ଯେଉଁ ବ୍ରତ’ର ଗୁରୁତ୍ଵ,
ସନ୍ତାନ-ସୁରକ୍ଷା- ବ୍ରତ ଅଟେ ତାହା
ଜ୍ଯେଷ୍ଠ ସଂକ୍ରାନ୍ତି ମାହାତ୍ମ୍ଯ ।🙏