ସୁପରଷ୍ଟାର ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରା କୋରାପୁଟ ଫିଲିମ ସୁଟିଂ ରେ ନଜର ଆସିବେ

କୋରାପୁଟ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରି ପୂର୍ଣ୍ଣ କୋରାପୁଟ ଜିଲ୍ଲା ଚଳଚ୍ଚିତ୍ର ର୍ନିମାତ ଓ ନିର୍ଦେଶକଙ୍କ ଆକର୍ଷଣ ପାଲଟି ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ପାଦଦେଶରେ ଅବସ୍ଥିତ ତାଲାମାଳିରେ ଟଲି ଉଡ ର ହାଇ ବଜେଟ୍ ଫି ଲ୍ମ ଏସ୍ଏସ୍ଏମବି – ୨୯ ସୁଟିଂ ଚାଲିଛି। ଦେଓମାଳିରେ ସୁଟିଂ ଚାଲିବାକୁ ଥିବା ସୂଚନା ମିଳିଛି । ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନିର୍ଦେଶକ ଏସ୍ଏସ୍ ରାଜା ମୌଲିଙ୍କ ଏସ୍ଏସ୍ଏମବି–୨୯ରେ ସୁପରଷ୍ଟାର ମହେଶ ବାବୁ ଙ୍କ ସହ ବଲି ଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂ ମିକା ରେ ରହିଛନ୍ତି। ଗତ କାଲି ପ୍ରିୟଙ୍କା ଚୋପ୍ରା ହିଟଲ ଇଂପେରିୟଲ ବ୍ଲୁ ରେ ପହିଛି ଥିଲେ. ଆଜି ସକାଳ ସୁଟିଂ ପାଇଁ ବାହାରିଥିବା ଦେଖିବାକୁ ମିଳିଛି. ଏଥି ପାଇଁ ତାଲାମାଳିରେ ଲାଗିଛି ବଡ଼ ଧରଣର ୫୦୦ ଜଣିଆ କ୍ୟାମ୍ ମ୍ ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଏଠାରେ ସୁଟିଂ ଚାଲିବ
କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଲାମାଳିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆ ଯାଇଛି। ଟେବୁଲ ମାଉଣ୍ଟେନ ତାଲା ମାଳିରେ ଫିଲ୍ମ ସୁଟିଂ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା I ସୁଟିଂ ସ୍ଥଳକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା
ଲଗାଯାଇଛି I ଏହି ଧାରା ଲାଗି ରହିଲେ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହ ରାଜ୍ୟରେ ଟୁରିଜମର ଅଭି ବୃଦ୍ଧି ହେବ ବୋଲି କହି ଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିଭାସନ.

Leave a Reply

Your email address will not be published. Required fields are marked *