
କଟକ
ଶ୍ରୀ ରାମଚନ୍ଦ୍ର ଭବନଠାର ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ଦୁଇଖଣ୍ଡ ପ୍ରକାଶ କରିଥିବା ପ୍ରକାଶକଙ୍କୁ ଡଃ ଶୁଭଦର୍ଶିନୀ ଶୁଭେଚ୍ଛା ଜଣାଇବା ସହିତ ଶୁଭ କାମନା କରିଥିଲେ। ଏହି ପୁସ୍ତକ ଦୁଇଖଣ୍ଡ ଲେଖା ପାଠକମାନଙ୍କୁ ଆତ୍ମସନ୍ତୋଷ ଦେଲେ ଲେଖିକାଙ୍କ ଶ୍ରମ ସାର୍ଥକ ହେବ ବୋଲି ଲେଖିକାଙ୍କ ବକ୍ତବ୍ୟ। ଏହି ଦୁଇ ଖଣ୍ଡ ବହି ହେଉଛି ” ଦେ ଆପିୟର ସିମ୍ପଲ,ଦ ହାୟର ମିଡ଼ିଲ କ୍ଳାସ ସେଣ୍ଟ”
ଉଦ୍ଘାଟନ ଭାବେ ଡକ୍ଟର ନିରଞ୍ଜନ ଖଟୁଆ
ମୂଖ୍ୟ ଅତିଥି ଭାବେ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ଶ୍ରୀ ଯୁକ୍ତ ପ୍ରଦେଶ ଜେନା, ସଭାରେ ସଭାପତି ଭାବେ ଶ୍ରୀ ଯୁକ୍ତ ରାଜକିଶୋର ସ୍ବାଇଁ ମୂଖ୍ୟ ବକ୍ତା ଭାବେ ଡଃ ଶୁଭଦର୍ଶିନୀ ଖଟୁଆ ବିଶିଷ୍ଟ ବକ୍ତା ଭାବେ ଡ ଆଦିତ୍ୟ ପ୍ରସାଦ ଧଳ, ବିଶିଷ୍ଟ ଶିକ୍ଷାବିତ ସାହିତ୍ୟିକ ସମାଜ ସେବୀ ଶ୍ରୀମତୀ ଭଗବତୀ ଖଟୁଆ ସହିତ ବରଣ୍ଯ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ ସମାଜ ସେବୀ ଗୋପାଳ ଚନ୍ଦ୍ର ଜେନାଙ୍କ ସହିତ ଅନେକ ବୁଦ୍ଧି ଜୀବି ଯୋଗ ଦେଇଥିଲେ। ସଭାରେ ଅତିଥିବୃନ୍ଦ ପୁସ୍ତକ ଦୁଇଖଣ୍ଡ ଉପରେ ଆଲୋଚନା କରିଥିଲେ। ସାହିତ୍ୟିକ ଓ କବି, ଲେଖକମାନଙ୍କୁ ଡଃ ଶୁଭଦର୍ଶିନୀ ଖଟୁଆ ପୁରସ୍କୃତ କରାଇଥିଲା।
ଶେଷରେ ପିତା ନିରଞ୍ଜନ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।