ପ୍ରେସ କ୍ଲବ ଚଣ୍ଡିଖୋଲ ର ପ୍ରାକ୍ତନ ସଭାପତିଙ୍କ ପତ୍ନୀ ବିୟୋଗ।

ଚଣ୍ଡିଖୋଲ ୨୨/୧(କବ୍ୟୁ) ପ୍ରେସ୍ କ୍ଳବ୍ ଚଣ୍ଡିଖୋଲ ପ୍ରାକ୍ତନ ସଭାପତି, ପାକ୍ଷିକ ସମ୍ବାଦ ପତ୍ର କଳିଙ୍ଗପ୍ରଭା ର ସମ୍ପାଦକ, ଗଣପତି ଜ୍ଞାନ ମନ୍ଦିର ର ପ୍ରତିଷ୍ଠାତା, ବରିଷ୍ଟ ସାମ୍ବାଦିକ ସ୍ବର୍ଗତ ପ୍ରଦୀପ୍ତ କୁମାର ପରିଡ଼ା ଙ୍କ ପତ୍ନୀ ତଥା ଆଦର୍ଶ ଶିକ୍ଷୟତ୍ରୀ ରଙ୍ଗଲତା ପରିଡ଼ା (୭୫)ଙ୍କ ଆଜି ଚିକିତ୍ସା ଧିନ ଅବସ୍ଥାରେ ବିୟୋଗ ଘଟିଛି। ଶ୍ରୀମତୀ ପରିଡା କିଛିଦିନ ହେଲା ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଧୀନ ଥିଲେ ଆଜି ତାଙ୍କର ବିୟୋଗ ଘଟିଛି। ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ର ଶେଷ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟର ତାଙ୍କର ଏକ ମାତ୍ର ପୁତ୍ର ଡାକ୍ତର ପ୍ରଶାନ୍ତ କୁମାର ପରିଡା , ଜ୍ବାଇଁ ଅବସର ପ୍ରାପ୍ତ ଅଧ୍ୟାପକ ପ୍ରତାପ କୁମାର୍ ଦାଶ ଇଶ୍ଵର ଭଞ୍ଜ, ବାବୁଲି ବେହେରା , ଜୟନ୍ତ ବିଶ୍ବାଳ, ଦେବେଶ୍ ଦାସ, ସତ୍ୟବାଦୀସ୍ବାଇଁ,ଝିଅ ଜ୍ୟୋତ୍ସ୍ନା ମୟୀ ଦାସ, କଳ୍ପନା ଭଞ୍ଜ, ଜୟଶ୍ରୀ ପରିଡା, ରାଜଶ୍ରୀ ବିଶ୍ୱାଳ, ମୋନାଲିସା ଦାଶ ସମେତ ନାତି ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ। ପରେ ତାଙ୍କର ଶବ କୁ ନିଜ ବାସସ୍ଥାନ କଟକ ସି ଡି ଏ କଲୋନୀ ପରିକ୍ରମା କରାଯାଇ ପୂରୀ ସ୍ଵର୍ଗଦ୍ଵାର ରେ ଶବ ସତ୍କାର କରଯାଇଥିଲା। ଏକମାତ୍ର ପୁତ୍ର ଡlକ୍ଟର ପ୍ରଶାନ୍ତ କୁମାର ପରିଡା ମୁଖାଗ୍ନି ଦେଇଥିଲେ। ଶ୍ରୀମତୀ ପରିଡାଙ୍କ ବିୟୋଗରେ ବଡଚଣା ବିଧାୟକ ଅମର ନାୟକ, ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର, ପଞ୍ଚାଯତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଶ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପ୍ରେସ କ୍ଲବ ଚଣ୍ଡିଖୋଲ ର ସଭାପତି ବେଣୁଧର ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି, ବରିଷ୍ଟ ସାମ୍ବାଦିକ ମହେଶ୍ୱର ବଳ, ଅଭିମନ୍ୟୁ ଧଳ ଶିବରାମ ସାହୁ, ନରେନ୍ଦ୍ର ରାଉତ ପ୍ରସନ୍ନ କୁମାର ବିଶ୍ବାଳ, ପ୍ରଶାନ୍ତ କୁମାର ଜେନା, ମୋହନ ଖିଲାର, ସଞ୍ଜୟ ସ୍ୱାଇଁ ସେକ ସବିରୁଦ୍ଦିନ୍, ଗୁଲାମ ଆରିଫ,ସମରେନ୍ଦ୍ର ମାହାଲା, ପ୍ରତାପ ରାଉତରାୟ, ଭାରତ ଭୂଷଣ ପଣ୍ଡା, ସୁରେନ୍ଦ୍ର ସାମଲ, ଦିଲ୍ଲୀପ କୁମାର ସାହୁ, ସମରେନ୍ଦ୍ର ସାମଲ, ମନୋଜ କୁମାର ସାହୁ, ହେମେଶ ଜେନା ମହେଶ୍ୱର ରାଉତ୍ ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହିତ ଶୋକ ସଂତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।।

Leave a Reply

Your email address will not be published. Required fields are marked *