ହୃଦଘାତରେ ଆଦର୍ଶ ଶିକ୍ଷୟିତ୍ରୀଙ୍କ ପରଲୋକ

ଚଣ୍ଡିଖୋଲ : 21/1 ,ପ୍ରେସକ୍ଳବ ଚଣ୍ଡିଖୋଲର ପ୍ରାକ୍ତନ ସଭାପତି ତଥା ପାକ୍ଷିକ ସମ୍ବାଦପତ୍ର କଳିଙ୍ଗପ୍ରଭାର ପୂର୍ବତନ ସମ୍ପାଦକ ସ୍ବର୍ଗତ ପ୍ରଦୀପ୍ତ କୁମାର ପରିଡାଙ୍କ ଧର୍ମପତ୍ନୀ ତଥା ଆଦର୍ଶ ଶିକ୍ଷୟିତ୍ରୀ ରଙ୍ଗଲତା ପରିଡା (୭୨)ଙ୍କର ଆଜି ହୃଦଘାତରେ ପରଲୋକ ଘଟିଛି । ଗତ କିଛିଦିନ ହେବ ସେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କ ଡାକ୍ତର ପୁତ୍ର ପ୍ରଶାନ୍ତ ପରିଡାଙ୍କ ସହିତ ରହି ଆସୁଥିଲେ । ତେବେ ଗତ କିଛିଦିନ ହେବ ତାଙ୍କ
ଦେହ ଅସୁସ୍ଥ ଥିବାରୁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ସେଠାରେ ଆଜି ତାଙ୍କର ହୃଦଘାତ ଜନିତ କାରଣରୁ ମୃତ୍ୟୁ ଘଟିଥିଲା । ସେଠାରୁ ତାଙ୍କ ମରଶରୀରକୁ ସିଡିଏ ସ୍ଥିତ ବାସଭବନକୁ ନିଆଯାଇଥିଲା । ପରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସତ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ଡାକ୍ତର ପ୍ରଶାନ୍ତ ପରିଡା ମୁଖାଗ୍ନି ଦେଇଥିଲେ । ଶବ ସତ୍କାର ସମୟରେ ତାଙ୍କ ଝିଅ ଜ୍ୟୋସ୍ନାମୟୀ,କଳ୍ପନା, ଜୟଶ୍ରୀ, ରାଜଶ୍ରୀ, ମୋନାଲିସା, ଜ୍ୱାଇଁ ପ୍ରତାପ ଦାସ, ଈଶ୍ୱର ଭଞ୍ଜ, ବାବୁଲି ବେହେରା, ଜୟନ୍ତ ବିଶ୍ୱାଳ, ଦେବେନ୍ଦ୍ର ଦାସଙ୍କ ସମେତ
ସତ୍ୟବାଦୀ ସ୍ୱାଇଁ ଓ ଅନ୍ୟ ବନ୍ଧୁ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ତାଙ୍କ ନିଜସ୍ୱ ଗ୍ରାମ କଉଡୁକୋଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *