ମନ୍ତ୍ରୀ ଦେଲେ ବଡ ସୂଚନା; ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଭୂତ ଖାଉଥିଲେ ରାସନ ଚାଉଳ

Krishna Patra

ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଭୂତ ରାସନ ଚାଉଳ ଖାଉଥିଲେ। ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ ଚାଲୁ ରହିଥିବା ଇ-କେୱାଇସି ପ୍ରକ୍ରିୟାରୁ ଏହି ମୃତ ହିତାଧିକାରୀଙ୍କ ବିଷୟରେ ଜଣାପଡିଛି। ସେମାନଙ୍କୁ ବାଦ୍‌ ଦିଆଯାଇଛି ବୋଲି ବୁଧବାର ବିଧାନସଭାରେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହାସହ ମନ୍ତ୍ରୀ କହିଛନ୍ତି, ୨୦୨୪-୨୫ ମସିହାରେ ରାସନ କାର୍ଡ ତଥ୍ୟକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଚାଲୁ ରହିଥିବା ଆଧାର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାରେ ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ଜଣଙ୍କ ମଧ୍ୟରୁ ଏଯାଏଁ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ଶେଷ ହୋଇଛି। ଆହୁରି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ନୂଆ ତାଲିକାରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଏମାନଙ୍କୁ ଶୀଘ୍ର ରାସନ ଜିନିଷ ଯୋଗାଇ ଦିଆଯିବ। ନୂଆବର୍ଷରେ ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *