ଶକ୍ତି ଅନୁଷ୍ଠାନ କେନ୍ଦ୍ର ସରକାରଙ୍କ “ବାଲ ବିବାହ ମୁକ୍ତ” ଅଭିଯାନ

ରାୟଗଡ଼ା । ତା ୨୭-୧୧-୨୦୨୪ ରିଖ (ତପନ କାଡ୍ରାକା ଙ୍କ ରିପୋର୍ଟ )
ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ବାଲ୍ୟ ବିବାହ ବିରୋଧରେ କେନ୍ଦ୍ର ସରକାର ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ, ଶକ୍ତି ଅନୁଷ୍ଠାନ ଏହାକୁ ସମର୍ଥନ ଜଣାଇ ଆଜି ସ୍ଥାନୀୟ ମହିଳା ବିଦ୍ୟାଳୟ ପରିସରରେ ଏକ ସଚେତନତା ସମାରୋହର ଆୟୋଜନ କରିଥିଲା।ପ୍ରକାଶ ଥାଉକି, ଶକ୍ତି ଅନୁଷ୍ଠାନ ସମଗ୍ର ଦେଶରେ ୪୦୦ରୁ ଅଧିକ ଜିଲ୍ଲାରେ କାମ କରୁଥିବା ୨୫୦ ସ୍ଵେଚ୍ଛା ସେବୀ ଅନୁଷ୍ଠାନମାନଙ୍କ ଅଂଶୀଦାର ଜାତୀୟ ନେଟୱାର୍କ ‘ଜଷ୍ଟ ରାଇଟ ଫର ଚିଲ୍ଡ୍ରେନ’ ମେଣ୍ଟର ଏକ ଅଂଶୀଦାର।ଏହି ସମାରୋହରେ ଅତିଥି ମାନଙ୍କ ମଧ୍ୟରୁ ଥିଲେ ଶ୍ରୀ ସୁବ୍ରତ କୁମାର ଆଚାର୍ଯ – ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡ଼ା।ଡ଼କ୍ଟର ଅର୍ଚ୍ଚନା ପଟନାୟକ – ଅଧ୍ୟକ୍ଷା, ରାୟଗଡ଼ା ମହିଳା ମହାବିଦ୍ୟାଳୟ, ଶ୍ରୀମତୀ ଶାନ୍ତିଲତା ମିଶ୍ର ଆଧ୍ୟାପିକା, ମହିଳା ମହାବିଦ୍ୟାଳୟ।,ଶ୍ରୀ ବଳରାମ ତୁଳ ଅଧ୍ୟାପକ, ମହିଳା ମହାବିଦ୍ୟାଳୟ।,ଶ୍ରୀ ରମେଶ ଚନ୍ଦ୍ର ନାୟକ ନିର୍ଦ୍ଦେଶକ, ଶକ୍ତି ଅନୁଷ୍ଠାନ,
ଏହି ଅଭିଯାନରେ ବାଲ୍ୟ ବିବାହର କୁପରିଣାମ ଓ ଏହାକୁ ରୋକିବାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା। ପ୍ରାୟ ୩୦୦ ଛାତ୍ରୀମାନଙ୍କୁ ଶପଥ ପାଠ କରାଯାଇଥିଲା ଯେ ସେମାନେ ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି କରିବେ।ତତ୍ପରି, ଶକ୍ତି ଅନୁଷ୍ଠାନର କର୍ମୀମାନେ ଅନେକ ଗ୍ରାମରେ ଗ୍ରାମବାସୀ, ଗ୍ରାମ ମୁଖିଆ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ମହିଳାମାନଙ୍କ ସହ ମିଳି ସଚେତନତା ରାଲି ଏବଂ ବାର୍ତ୍ତା ବାଣ୍ଟିବା ମାଧ୍ୟମରେ ‘ବାଲ ବିବାହ ମୁକ୍ତ ଭାରତ ଅଭିଯାନ’ର ସମର୍ଥନ କରିଥିଲେ।ଦେଶରୁ ବାଲ୍ୟ ବିବାହ ସମୂଳ ଉଚ୍ଛେଦ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଘୋଷଣା କରିଥିବା ଦେଶବ୍ୟାପୀ ‘ବାଲ ବିବାହ ମୁକ୍ତ ଭାରତ ଅଭିଯାନ’ ଏହାକୁ ତ୍ୱରାନ୍ୱିତ କରିବାରେ ଉଲ୍ଲେଖନୀୟ ଭୂମିକା ନେବ।ଶକ୍ତି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ଅଖିଳ ରଞ୍ଜନ ପଣ୍ଡା କହିଛନ୍ତି, “ବାଲ୍ୟ ବିବାହ ବନ୍ଦ କରିବାରେ ସଚେତନତା ସୃଷ୍ଟି କରିବା, ଏପରି ବିବାହକୁ ରୋକିବା ପାଇଁ ସରକାରୀ ଏବଂ ସ୍ଥାନୀୟ କତ୍ତୃପକ୍ଷଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଥିବାରେ ସରକାରଙ୍କ ଏହି ଅଭିଯାନ ଆମ ଲଢେଇରେ ନୂତନ ଶକ୍ତି ଏବଂ ସମର୍ଥନ ଦେବ। ଆମ ଦେଶର ପ୍ରତ୍ୟେକ ପିଲାଙ୍କ ପାଇଁ ଉପଯୁକ୍ତ ଶୈଶବ ସୁନିଶ୍ଚିତ କରିବାରେ ଆମେ ଆମ ସାମର୍ଥ୍ୟ ଅନୁଯାଇ ସବ୍ୟ ପ୍ରୟାସ କରିବୁ।ଏହି ଅଭିଯାନରେ ଶକ୍ତି ଅନୁଷ୍ଠାନର କର୍ମୀ ନରେଶ ପେଦେଣ୍ଟି, ସିମ୍ରନ ଶର୍ମା, କୃଷ୍ଣଚନ୍ଦ୍ର ମହାରଣା, ଦିବାକର ହିକାକା ଓ ଗୌରୀ ତୋଇକା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

Leave a Reply

Your email address will not be published. Required fields are marked *