କମ୍ୟୁନିଷ୍ଟ (ମାକ୍ସବାଦୀ )ଦଳର ଷୋଡଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ

ଗଂଜାମ : ୨୪.୧୧.୨୪

ଗଂଜାମ : ଗଞ୍ଜାମ ସହର ସ୍ଥିତ ପୁରୁଣା ପେଟ୍ରୋଲ ପମ୍ପ ପଡିଆରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ )ଷୋଡଶ ଜିଲ୍ଲା ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ପୂର୍ବତନ ସରପଞ୍ଚ ତଥା ଆଞ୍ଚଳିକ କମିଟି ସମ୍ପାଦକ ସାଥି ଦିଲ୍ଲୀପ କୁମାର ଛୋଟରାୟଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଜୟଶ୍ରୀ ଛକରୁ ଏକ ବିଶାଳ ରାଲିରେ ବାହାରି ବଡ଼ ବଜାର ଓ ସାନ ବଜାର ପରିକ୍ରମା କରି ସଭା ସ୍ଥଳୀ ଠାରେ ପହଂଚିବା ପରେ ସଭା ଆରମ୍ଭ ହୋଇଥିଲା l ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ,ଜିଲ୍ଲା ସମ୍ପାଦକ କୈଳାଶ ଷଢଙ୍ଗୀ, ସମ୍ପାଦକ ଯୁଧିଷ୍ଠିର ବେହେରା, ପୂର୍ବତନ ସମିତି ସଭ୍ୟ ପି ହରେକୃଷ୍ଣ ରେଡି, କ୍ଷେତ ମୁଲିଆ ନେତା ବିଦ୍ୟାଧର ଜେନା ପ୍ରମୁଖ ଉପସ୍ଥିତ ରହି ଭାଜପା ଶାସିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷୀଥିଲେ l ରାଜ୍ୟରେ ବର୍ତମାନ କୃଷି ଓ କୃଷକଙ୍କ ଅବସ୍ଥା ସଙ୍କଟପର୍ଣ୍ଣ l ଏଥିପାଇଁ ପ୍ରତି ଅଧଘଣ୍ଟାରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ବାମପନ୍ଥୀ ନେତା ମାନେ କହିଥିଲେ l ଏହି ଜିଲ୍ଲାରେ ମୁଖ୍ୟତଃ ଧାନ ଚାଷ ହେଉଛି ମୁଖ୍ୟ ଫସଲ l ଚାଷୀର ଧାନ ବିକ୍ରି ପାଇଁ ଧାନ ରଖିବା ବ୍ୟବସ୍ଥା ନଥିବା ଯୋଗୁଁ ମିଲର ମାନଙ୍କ ଦୟାରେ ମଣ୍ଡି ଚାଲୁଛି ବୋଲି କମ୍ୟୁନିଷ୍ଟ ଦଳର ନେତା ମାନେ ଅଭିଯୋଗ କରିଛନ୍ତି l ଏନେଇ ଏଗାର ଦଫା ଦାବି ରଖିଛନ୍ତି ଦଳ l ସେଗୁଡିକ ହେଲା ଡ଼ ଏମ ଏସ ସ୍ୱାମିନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରିବା,ଚାଷୀ ଉତ୍ପାଦିତ ସମସ୍ତ ଫସଲ ଖର୍ଚ୍ଚ ଦେଢ଼ ଗୁଣ ଦେବା,ଧାନର ମାନ କୋହଳ କରି କୁଇଣ୍ଟାଲ ପିଛା 3500 ରେ କ୍ରୟ କରିବା, ଚାଷୀର ସମସ୍ତ ଋଣ ଛାଡ଼ କରିବା ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା,ପାଞ୍ଚ ହଜାର ଟଙ୍କା ଭତ୍ତା ବୃଦ୍ଧି ଆଦି ଦାବି ରହିଛି l ଏଥିସହ ବିଭିନ୍ନ ଅତ୍ୟାବଶକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଗରିବ ଜନସଧାରଣ ନାନା ପ୍ରକାର ହଇରାଣ ହେଉଛନ୍ତି l ତୁରନ୍ତ ଦରଦାମ ବୃଡିରେ ରୋକ ଲଗାଇବାକୁ କଡା ଚେତାବନୀ ଦେଇଛି ଦଳ l ତାନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଦଳୀୟ ନେତା ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l (ମିଥୁନ ବାରିକ୍)

Leave a Reply

Your email address will not be published. Required fields are marked *