
ବଦଳିବ ଯୁକ୍ତ ଦୁଇ ମୂଲ୍ୟାୟନ ଢାଞ୍ଚ । ଏଣିକି ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା କରାଯିବ । ଯେଉଁଥିରୁ ୧୦୦ ରୁ ୨୪ ରନ୍ ରଖିଲେ ପରୀକ୍ଷାର୍ଥୀ ପାସ୍ ହେବେ । ସେହିପରି ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ପ୍ରଥମ ଥର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି । ତେବେ ପିଲାଙ୍କୁ ବୋର୍ଡ ପରୀକ୍ଷାରେ ଚାପ କମାଇବା ଏବଂ ଭଲ ନମ୍ବର ରଖିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ନ୍ୟାସନାସ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏପରି ନିଷ୍ପତ୍ତି ନେଇଛି । “ଆକ୍ସନ ମୁଡ଼ରେ ମନ୍ତ୍ରୀ ; କହିଲେ ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ବିକ୍ରି କରିଥିଲେ ହେବ କଡା କାର୍ଯ୍ୟନୁଷ୍ଠାନ” ଏହି ପରିବର୍ତ୍ତନକୁ ନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ପୂର୍ବରୁ ମାର୍କିଙ୍ଗ୍ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁ ନଥିଲେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ ।