ଆନ୍ଦୋଳନ ଡାକରା ପରେ ମରାମତି ନାଁରେ ତାଳିପକା କାମ ଚାଲିଛି ୫୩ ନମ୍ବର ଜାତୀୟ ରାଜପଥରେ : ଚଣ୍ଡିଖୋଲ -ଡୁବୁରୀ ରାସ୍ତା ସାଜିଛି ମରଣଯନ୍ତା

ଚଣ୍ଡିଖୋଲ : ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ୪୦ କିମି ରାସ୍ତାରେ ଏବେ ମରାମତି ନାମରେ ଚାଲିଛି ତାଳିପକା କାର୍ଯ୍ୟ! ଦୀର୍ଘଦିନ ହେବ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ଦୁର୍ଘଟଣାର କାରଣ ପାଲଟିଥିବା ଏହି ରାସ୍ତାକୁ ସଠିକଭାବେ ଓ ଦୀର୍ଘ ସ୍ଥାୟୀ ଢଙ୍ଗରେ ମରାମତି କରାନଯାଇ କେବର ଧର୍ମକୁ ଆଖିଠାର ମାରିବା ନିତିରେ ରଠ ମାବେ କ୍ରସର ଡଷ୍ଟ ମିଶା ଖତରା ଚିପ୍ସ ପକାଇ ଖାଲପୋତା ହେଉଛି! କେତେକ ସ୍ତାନରେ ଅତି ନିମ୍ନ ମାନର ତାଳିପକା ପିଚୁ ଛିଞ୍ଚା ଚାଲିଛି! ଯେଉଁଥି ପାଇଁ ସକାଳେ ହେଉଥିବା ମରାମତି କାର୍ଯ୍ୟ ସଂନ୍ଧ୍ୟାରେ ନଷ୍ଟ ହୋଇଯାଉଥିବା ଦେଖାଯାଇଛି! ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଗର୍ତ୍ତରେ ପୋତାହେଉଥିବା ଖତରା ଚିପ୍ସ ଓ ଡଷ୍ଟ ଉଠୀଯାଇ ରାସ୍ତା ଉପରେ ଗଦାହୋଇ ପଡୁଛି! ଫଳରେ ରାସ୍ତା ଉପରେ ଗଦାହେଉଥିବା ଚିପ୍ସ ଉପରେ ମୋଟର ସାଇକେଲ ଚକା ପଡିବାରୁ ତାହା ଖସିଯାଇ ଦୁର୍ଘଟଣା ସୃଷ୍ଟି କରୁଛି! ଇତସ୍ତତ ହୋଇ ଗଦା ହୋଇଥିବି ଏହି ଚିପ୍ସରେ ଚଢିଯାଇ ଗାଡିମଟର ଗୁଡିକର ଚକା ଫୂଟିଯିବା କାରଣରୁ ଏହା ପଥଚାରିଙ୍କ ପାଇଁ ଘୁରୂତର ସମସ୍ୟା ସୃଷ୍ଟି କରୁଛି! ଫଳରେ ନିମ୍ନମାନର ଏହି ମରିମତି କାମ ରାସ୍ତା ଦୁର୍ଘଟଣାକୁ କମାଇବା ପରିବର୍ତ୍ତେ ବଢାଇ ଚାଲିଛି! ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଠିକା ସଂସ୍ଥା ଗାମନ ଇଣ୍ଡିଆ ଲିମିଟେଡ ଓ ଏମଏସଆଇଏଲ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବାରୁ ଦୀର୍ଘ ଦିନହେବ ଏହିରାସ୍ତା ମରଣ ଯନ୍ତା ପାଲଟିଛି!ରାସ୍ତାର ଦୂରବସ୍ତା ପାଇଁ ଗତ ଦୁଇବର୍ଷ ମଧ୍ୟରେ ଦୁର୍ଘଟଣାରେ ୫୨ ଜଣ ଲୋକଙ୍କ ମୃତ୍ୟ ଘଟିଥିଲା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି!  ଏବେ ଦୈନନ୍ଦିନ ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ସେଥିପ୍ରତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥା ଓ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ବିଭାଗୀୟ ଅଧିକାରୀ ମାନଙ୍କ ପରବାୟ ନାହିଁ! ଯାହାକୁନେଇ ଏବେ ଜନସନ୍ତୋଷ ଚରମସୀମାରେ ପହଞ୍ଚିଛି!ଯାହାକୁ ନେଇ ସଚେତନ ନାଗରିକ ମଂଞ୍ଚ ନିଯୁକ୍ତ ଠିକାଦାରକୁ ହଟାଇ ରିସ୍କ ଆଣ୍ଡ କଷ୍ଟ ଆଧାରରେ ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ଅନ୍ୟ ଏକ ନୂତନ ଠିକା ସଂସ୍ଥାକୁ ନିଯୁକ୍ତ କରି ରାସ୍ତାର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ଦାବିକରିଛି! ଏହା ପ୍ରତିବିଦରେ ଆଗାମୀ ଡିସେମ୍ବର ୯ ତାରିଖଠାରୁ ଆନ୍ଦୋଳନ ସହ ରାସ୍ତାରୋକ ପାଇଁ ମଂଞ୍ଚ ଘୋଷଣା କରିଛି! ଏ ସମ୍ପର୍କରେ ମଂଞ୍ଚ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପରେ ଠିକା ସଂସ୍ଥା ଜନ ଆକ୍ରୋଶକୁ ପ୍ରସମିତ କରିବା ପାଇଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ରାସ୍ତାରେ ଏହି ଲୋକ ଦେଖାଣିଆଁ ତାଳିପକା ମରାମତି କାର୍ଯ୍ୟ କରୁଥିବା ଦେଖାଯାଇଛି! ଏହି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଅତି ମଂଥର ଗତିରେ ଚାଲୁଥିବାରୁ ଏହାର ପୂର୍ଣ୍ଣାଙ୍ଗ କେବେ ହେବ ତାହା କେହି ଆକଳନ କରିପାରୁ ନାହାନ୍ତି! ଏହି ୪୦ କିମି ରାସ୍ତାର ନିର୍ମାଣ କାର୍ଯ୍ୟ ଅଢେ଼ଇ ବର୍ଷ ମଧ୍ୟରେ ଶେଷ କରିବାକୁ ନିଯୁକ୍ତ ଠିକାସଂସ୍ଥା ଏନଏଚଏ ଆଇ ସହିତ ଚୁକ୍ତି କରିଥିଲେ ମଧ୍ୟ ୫ବର୍ଷ ପରେ ବି ଅଧା କାର୍ଯ୍ୟ ଶେଷ କରିନାହିଁ! ଅପରପକ୍ଷରେ ଏହି ରାସ୍ତାର କବାଟବନ୍ଧ ଠାରେ ବ୍ରାହ୍ମଣୀ ନଦୀରେ ନିର୍ମାଣ ହେବାକୁ ଥିବା ଦ୍ୱିତୀୟ ସେତୁ କାର୍ଯ୍ୟ ମଧ୍ୟ୍ୟ ଭୁଇଁରୁ ଉଠିପାରି ନାହିଁ! ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ଠିକା ସଂସ୍ଥାର ଦୀଶାହୀନ କାର୍ଯ୍ୟ ତଥା ମନମାନି ଯୋଗୁଁ ଏହି ରାସ୍ତା ଦୁର୍ଘଟଣା ପ୍ରବଣ ହୋଇପଡିଛି! ଯେଉଁ ଦିନ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଦିଆଯାଇଥିଲା ସେହିଦିନ ମଧ୍ୟ ଉକ୍ତ ରାସ୍ତାର ଡୁବୁରୀ ଠାରୁ କାମାକ୍ଷାନଗର ଓ କାମାକ୍ଷାନଗର ଠାରୁ ତାଳଚେର ପର୍ଯ୍ୟନ୍ତ ଅଂଶର ମଧ୍ୟ ଏକସଙ୍ଗେ ଶୁଭ ଦିଆଯାଇଥିଲା! ହେଲେ ଇତିମଧ୍ୟରେ ଗତ ଦେଢବର୍ଷ ପୂର୍ବରୁ ଡୁବୁରୀ-କାମାକ୍ଷାନଗର ଓ କାମାକ୍ଷାନଗର-ତାଳଚେର ଅଂଶରେ ରାସ୍ତାକାମ ପୂର୍ଣ୍ଣାଙ୍ଗ ହୋଇ ତାହା ଉଦଘାଟନ ହୋଇସାରିଛି! ହେଲେ ପରିତାପର ବିଷୟ ଏହି ଚଣ୍ଡିଖୋଲ-ଡୁବୁରୀ ଅଂଶର କାମ ଅଧାପାନ୍ତରା ହୋଇ ପଡିରହିଛି! ଗୋଟିଏ ପଟେ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଲୋକେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଥିଲା ବେଳେ ଅପରପଟେ ଠିକା ସଂସ୍ଥାକୁ ଲାଭବାନ କରିବା ପାଇଁ ଜାତୀୟ ରାଜପଥ କତ୍ତୃପକ୍ଷ ଅନୁକମ୍ପା ଦେଖାଇ ପ୍ରକଳ୍ପ ମୂଲ୍ୟକୁ ବୃଦ୍ଧି କରି ଚାଲିଥିବା ଜଣାପଡିଛି!ହେଲେ ଏହି ଜାତୀୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କାହିଁକି ଆଗେଇପାରୁ ନାହିଁ ସେ ସମ୍ପର୍କରେ ଠିକା ସଂସ୍ଥାକୁ ତାଗୀଦ କରୀବା ବା କାର୍ଯ୍ୟରୁ ଅନ୍ତର କରିବା ପାଇଁ ଜାତୀୟ ରାଜପଥ କତ୍ତୃପକ୍ଷ କାହିଁକି ପଦକ୍ଷେପ ନେଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ହୋଇଜି!

Leave a Reply

Your email address will not be published. Required fields are marked *