
କଟକ ସଦର ହଂସନାଥ ହାଇସ୍କୁଲ ବ୍ଳକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳା ପ୍ରଥମ ଦିନରେ କଟକ ସଦର ବିଧାୟକଙ୍କ ଦ୍ଵାରା ଉଦଘାଟନ କରିଥିବା ବେଳେ ଉଦଯାପନ ଉସ୍ଛଵରେ ମୂଖ୍ୟ ଅତିଥି ଭାବେ କଟକ ସଦର ବ୍ଲକ ଚେୟାରମେନ ଭାଗ୍ୟ ଲକ୍ଷ୍ମୀ ରାଉତ ଯୋଗ ଦେଇଥିଲେ।ସେ କହିଛନ୍ତି ଆଜିର ଶିଶୁ କାଲିର ଜଣେ ଲେଖାଏଁ ବୈଜ୍ଞାନିକ। ହଂସ ନାଥ ବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଉଦଯାପନ କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପାତ୍ର ମଞ୍ଚରେ ସମ୍ମାନୀୟ ଅତିଥି ଭାବେ ରାକେଶ ବେହେରା, ଅନନ୍ତ ଦେହୁରୀ ଯୋଗଦେଇ କହିଲେ ବିଜ୍ଞାନ ମେଳା ଦ୍ଵାରା ପିଲାମାନଙ୍କର ବୋଧିକ ବିକାଶ ଘଟିଥିବାରୁ ଆଗାମୀ ଦିନରେ ଜଣେ ଉଚ୍ଚପଦସ୍ଥ ବୈଜ୍ଞାନିକ ହେବାକୁ ପ୍ରେରଣା ଦେବ ବୋଲି ସଭାରେ ମତପ୍ରକାଶ କରିଥିଲେ। ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ନେହାଞଳୀ ଦାସ ଓ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ଶିକ୍ଷକ ବାସୁଦେବ ନାୟକ ଆଜିର ବିଜ୍ଞାନ ମେଳାରେ ୧୦୦ରୁ ଅଧିକ ଛାତ୍ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଜ୍ଞାନ କଳା କୁଶଳ ପଦଶ୍ରୀତ କରାଯାଇଥିଲା।