ଉମରକୋଟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ଭୌତିକ,ମାନସିକ ସହ ବିଜ୍ଞାନ ଓ ଉଦ୍ଭାବନ କୁ ନେଇ ଏହି ପ୍ରଦର୍ଶନୀ କରାଯାଇଥିଲା। ଆଜିର ଏହି ବିଜ୍ଞାନ ମେଳା ରେ ୧୩୩ ଟି ପ୍ରକଳ୍ପ ଓ ୦୭ ଟି ସବ ଟିମ ପ୍ରକଳ୍ପ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏଥିରେ ୬୬ ଟି ପ୍ରାଥମିକ ଓ ୨୬ ଟି ଉଚ୍ଚ ବିଦ୍ୟାଳୟ ଭାଗ ନେଇଥିଲେ। ପ୍ରକଳ୍ପ ଗୁଡିକର ନିରପେକ୍ଷ ମୂଲ୍ୟାୟନ କରିବା ଦାୟିତ୍ୱ ସଠିକ ଭାବେ ତୁଲେଇ ପାଇଁ ରାଇଘର ବ୍ଲକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଦୁଇ ଶିକ୍ଷକ ସୁସେନ ଢାଲି, ଓ ଅକ୍ଷୟ ମଲ୍ଲିକଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ବିକାଶ ଚନ୍ଦ୍ର ସରକାର,ମୁଖ୍ୟ ବକ୍ତା ପୁରୁଷୋତ୍ତମ ମାଝୀ, ବରେନ୍ୟ ଅତିଥି ସୁଶୀଳା ଯୋଦ୍ଦାର, ସନ୍ନମାନିତ ଅତିଥି ଦେବେନ୍ଦ୍ର କୁମାର ବାଗ ଯୋଗ ଦେଇଥିଲେ। ଅର୍ଣ୍ଣପୂର୍ଣ୍ଣା ତ୍ରିପାଠୀ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ। ଉଦଯାପନୀ ସମାରୋହ ରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଝରୀଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଥିବାରୁ ଉଭୟ ଯୋଗ ଦେଇ ପାରି ନଥିଲେ। ଜାନବି ହାଲଦାର ଙ୍କ ବୋଟଲ ବୋଟ, ଲଷ୍ମୀ ଭତ୍ରା ଙ୍କ ଅଟୋମେଟିକ ଇରିଗେଶନ ସିଷ୍ଟମ, ଶାଶ୍ୱତ ପଟ୍ଟନାୟକ ଙ୍କ ଆକ୍ସିଡେଣ୍ଟ ପ୍ରିଭେନସନ ଅନ ରୋଡ଼ ସେଫଟି ଓ ପାୱାର ଜେନେରେଟର, ବନ୍ଦିତା ପାଇକରାୟ ଙ୍କ ଅଟୋମେଟିକ ଫାଆର ଏକ୍ସଟିଙ୍ଗୁସର, ଜାହ୍ନବି ପାତ୍ର ଙ୍କ ସ୍ମାର୍ଟ ବ୍ରିଜ ଇତ୍ୟାଦି ଆଗକୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ଭାଗ ନେବ।
ଉମେରକୋଟ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ କଳିଙ୍ଗ ପ୍ରଭା ଟିଭି

Leave a Reply

Your email address will not be published. Required fields are marked *