ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ନିଆଁ ଲାଗିବା ଘଟଣା, ଜଣାପଡ଼ିଲା କାରଣ

ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ନିଆଁ ଲାଗିବାର କାରଣ ଜଣାପଡିଛି। ଏହି ଅଗ୍ନିକାଣ୍ଡ କୌଣସି ଷଡ଼ଯନ୍ତ୍ର କିମ୍ବା ମନୁଷ୍ୟକୃତ ନୁହେଁ, ସ୍ୱିଚବୋର୍ଡରୁ ନିଆଁ ବ୍ୟାପି ଏତେ ବଡ଼ ଅଘଟଣ ଘଟିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ଏଥିରେ କୌଣସି ଅବହେଳା କିମ୍ବା ମନୁଷ୍ୟକୃତ ହୋଇନଥିବାରୁ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ ବୋଲି ଯାଞ୍ଚ କମିଟି ସୂତ୍ରରୁ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ସୁଇଚ୍ ବୋର୍ଡରେ ସର୍ଟ ସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଥିଲା। ହସ୍ପିଟାଲର ଏହି ୱାର୍ଡରେ ଜଳ ସିଞ୍ଚନ ଯନ୍ତ୍ର ଲଗାଯାଇ ନଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା। ନିଆଁ ଲାଗିଥିବା ୱାର୍ଡରେ ଛୋଟ ପିଲାଙ୍କର ଚିକିତ୍ସା ଚାଲୁଥିବାରୁ ସେଠାରେ ପାଣି ସିଞ୍ଚନ ଯନ୍ତ୍ର ରଖାଯାଇନଥିଲା ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। “ପୁଣି ମହାନ କାମ ପାଇଁ ଇତିହାସ ସୃଷ୍ଟି କଲେ ସାଂସଦ; ଶିକ୍ଷା ପାଇଁ ୫ ବର୍ଷର ଦରମା କଲେ ଦାନ” ଝାନ୍ସୀ କମିଶନର ବିପୁଳ ଦୁବେ ଏବଂ ଡିଜି କଳାନିଧି ନାଥାନିଙ୍କ କମିଟି ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିପାରନ୍ତି। ପ୍ରାଶ ଥାଉକି, ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଉତ୍ତରପ୍ରଦେଶର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ନବଜାତ କେୟାର୍ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବାବେଳେ ୪୪ ଜଣଙ୍କୁ ଉଦ୍ଧାର କରାଯଇ ଥିଲା। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଶିଶୁର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *