ଯମୁନା ପରେ ଶିମିଳିପାଳକୁ ଆସିଲା ଦ୍ୱିତୀୟ ବାଘୁଣୀ

ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛାଡାଯିବା ପରେ ଆଜି ମହାରାଷ୍ଟ୍ର ତାଡ଼ବା ଅନ୍ଧେରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜ ପହଞ୍ଚି ସରିଛି ଆଉ ଏକ ବାଘୁଣୀ । ଆଉ କିଛି ସମୟ ମଧ୍ୟରେ ସେ ଶିମିଳିପାଳକୁ ପ୍ରବେଶ କରିବ । ୨୦୨୩ ବାଘ ଗଣନା ଅନୁସାରେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି । ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା । ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ । ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ଏହାପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଯାଇଥିଲେ । ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା । “ବିପଦ ପରେ ମୁହଁ ଖୋଲିଲେ ମନୋଜ ମିଶ୍ର; କହିଲେ ଏମିତି କିଛି” ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଛି । ଏସଟିଆରର ଆସିସିଏଫ, ଡେପୁଟି ଡାଇରେକ୍ଟର ଏବଂ ପିସିସିଏଫଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ ଛଡ଼ା ଯାଇଛି

Leave a Reply

Your email address will not be published. Required fields are marked *