ମଣିଷ ସାଙ୍ଗରେ ମିତ ବସିଛି ମୟୂର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ଗଞ୍ଜାମ: ମଣିଷ ସାଙ୍ଗରେ ମିତ ବସିଛି ମୟୂର, ଗାଁ ଗାଁରେ ବଢୁଛି ସଂଖ୍ୟା  । ପ୍ରକୃତିର ପରିବର୍ତ୍ତନରେ ବିଭିନ୍ନ ନୂଆଁ ଜିନିଷ ଦେଖିବାର ସୁଯୋଗ ମିଳେ । ଦିନ ଥିଲା ଜାତୀୟ ପକ୍ଷୀ ମୟୁରକୁ ଦେଖିବା ପାଇଁ ହେଲେ ନନ୍ଦନକାନନ ଯିବାକୁ ପଡୁଥିଲା । ଖୁବ ବିରଳ , ଏହି ପକ୍ଷୀ। କିନ୍ତୁଗତ ଦୁଇବର୍ଷ ହେବ ଉତ୍ତରଘୁମୁସର ଅଞ୍ଚଳରେ ଏହାର ସଂଖ୍ୟା ଖୁବ ଜୋର ସେ ବୃଦ୍ଧି ପାଉଛି । କେବଳ ଜଙ୍ଗଲରେ ଏମାନେ ଆଉ ସୀମିତ ନାହାନ୍ତି , ଏବେ ଜନବସତି  ଆଡ଼କୁ ମୁଁହାଇଲେଣି । ପିଲାରୁ ବୁଢା ଯିଏବି ଏହି ପକ୍ଷୀକୁ ଦେଖୁଛି ଖୁବ ଖୁସି ହୋଇଯାଉଛି । ସେମାନଙ୍କୁ ଆଦର କରି କିଛି ଖାଦ୍ୟ ଫୋପାଡିଲେ ନିରୀହ ପକ୍ଷୀଟି ଆପଣାର ଭଳି ପୁରା ପାଖକୁ ଆସିଯାଉଛି । ଜଗନାଥପ୍ରସାଦ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଲୋକମାନେ ଏବେ ମୟୁରକୁ ଖାଦ୍ୟ ଦେଇ ନିଜର କରି ସାରିଲେଣି ଗୃହପାଳିତ ପକ୍ଷୀ ଭଳି ମୟୁର ଏବେ ହଜପଲ୍ଲୀ, ଭାଲୁମୁଣ୍ଡିଆ, ବାଦୁଆ, ଭଳି ଗାଁ ରେ ଗ୍ରାମପାଳିତ ପକ୍ଷୀ ହୋଇ ସାରିଲାଣି । ଗାଁ ଲୋକଙ୍କ ଗହଣରେ ରହୁଛି ଆଉ ଜଙ୍ଗଲକୁ ଯାଉନଥିବା ଦେଖିବାକୁ ମିଳିଛି ।  ହଜପଲ୍ଲୀ ଗାଁରେ ଜଣେ ବ୍ୟକ୍ତି  ପକ୍ଷୀକୁ କିଛି ଚାଉଳ ଖାଇବାକୁ ଦେଉଥିବା ନଜର ଆସିଛି  । ଲୋକମାନେ ଖୁଦ, ଚାଉଳ, ଧାନ, ମୁଗ, ବିସ୍କୁଟ, ମିକ୍ସଚର ଆଦି ଯିଏ ଯାହା ପାରିଲା ତାହା ଦେଉଛନ୍ତି । ଏସବୁ ଖାଇ ସେମାନଙ୍କ ଗୃହର ସଦସ୍ୟ ସାଜିଛନ୍ତି । କେବଳ ଜଙ୍ଗଲ ପାଖ ଗାଁ ନୁହଁ ଗତ କିଛିମାସ ହେଲା କଲ୍ୟାଣପୁର, ଅତରାଇପଲ୍ଲୀ, ବୁରପଲ୍ଲୀ, ପାଣ୍ଟିଖାରୀ ଭଳି ଗାଁ ଭିତରକୁ ମଧ୍ୟ ପଲପଲ ମୟୁର ଚାଲିଆସୁଛନ୍ତି । ଲୋକମାନେ ଆଗ୍ରହରେ ଏହାକୁ ଦେଖି କେହି କେହି ଫୋଟ ଉଥାଉଥିବା ଦେଖିବାକୁ ମିଳିଛି । ଏମାନଙ୍କ ସ୍ୱର ମଧ୍ୟ ଖୁବ ଆନନ୍ଦ ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *