ନେତାଜୀ ମେମୋରିଆଲ ଟ୍ରଷ୍ଟ ର ୩0 ତମ ବାର୍ଷିକ ଅଧିବେଶନ ଓ କର୍ମକର୍ତ୍ତା ମନୋନୟନ

ପାରାଦୀପ – ପାରାଦୀପ ର ପୁରାତନ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ନେତାଜୀ ମେମୋରିଆଲ ଟ୍ରଷ୍ଟ’ ର ୩0 ତମ ବାର୍ଷିକ ଅଧିବେଶନ ସ୍ଥାନୀୟ ଆମ୍ବେଦକର ଭବନ ସଭାଗୃହ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଆଗାମୀ ଦିନରେ ସଂଗଠନରେ ଯୁବ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରି ନେତାଜୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l ଏହି ଅବସରରେ ଚଳିତ ବର୍ଷ ପାଇଁ ସଂଗଠନ ର ନୂତନ କାର୍ଯ୍ୟକର୍ତ୍ତା ମନୋନୀତ କରାଯାଇଥିଲା l ଏହି କ୍ରମରେ ସର୍ବଶ୍ରୀ ବାବୁରାମ ଚୌଧୁରୀ, ବିଷ୍ଣୁ ଚରଣ ମୁଦୁଲି, ବସନ୍ତ କୁମାର ବିଶ୍ୱାଳ, ଗଦାଧର ମହାନ୍ତି ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ବେଳେ ସଂଗଠନ ର ସଭାପତି ଭାବେ ପବିତ୍ର ମିଶ୍ର, ଉପସଭାପତି ଭାବେ କଳ୍ପତରୁ ମନ୍ତ୍ରୀ, ସଞ୍ଜୟ ସାହା, କାଞ୍ଚନବାଳା ମାଝୀ, ପ୍ରଦୀପ ବିଶ୍ୱାସ, ସାଧାରଣ ସମ୍ପାଦକ ଭାବେ ମନୋଜ କୁମାର ଖଟୁଆ,ସଂଗଠନ ସମ୍ପାଦକ ଭାବେ ଦେବୀ ପ୍ରସନ୍ନ ମାଝୀ ଓ ମନୋରମା ଖଟୁଆ, ସମ୍ପାଦକ ଭାବେ ସୁଶୀଲ ମହାପାତ୍ର, ଅଜୟ ନାୟକ, ରବିନ୍ଦ୍ର ମଲ୍ଲିକ, ଶିବ ଶଙ୍କର ମହାପାତ୍ର, ନଳିନୀ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଅର୍ଜୁନ କୁମାର ନାୟକ ଓ ବିଷ୍ଣୁପ୍ରିୟା ଶତପଥି ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଉଥିଲେ l




Leave a Reply

Your email address will not be published. Required fields are marked *