ପାରାଦୀପ ବସଷ୍ଟାଣ୍ଡ ରେ ବସ କର୍ମଚାରି ଙ୍କୁ ନିଶା ଦେଇ ଲୁଟ ଅଭିଯୋଗ

ପାରାଦ୍ଵୀପ (ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ): ପାରାଦ୍ଵୀପ ବସ ଷ୍ଟାଣ୍ଡରେ ତ୍ରିଦେବୀ ନାମକ ଦୁଇଟି ବସ ର ଡ୍ରାଇଭର ହେଲପର ଓ କଣ୍ଡକ୍ଟର ଅଚେତ | ଅଚେତ ଅବସ୍ତାରେ ଉଦ୍ଧାର କରି ତାଙ୍କୁ ସ୍ତାନୀୟ ଅଠରବାଙ୍କୀ ମେଡିକାଲରେ ଭର୍ତି କରାଯାଇଥିବା ଜଣାପଡିଛି |ଏମାନଙ୍କ ମଧ୍ୟରେ ଭଞ୍ଜ କିଶୋର ଦାସ ହେଲପର , ରଞ୍ଜନ ଖୁଣ୍ଟିଆ କଣ୍ଡକ୍ଟର, ବାପି ଖୁଣ୍ଟିଆ ଡ୍ରାଇଭର, ସୁବଳ ଖୁଣ୍ଟିଆ ଡ୍ରାଇଭର, ସୁନିଲି ଖୁଣ୍ଟିଆ ଡ୍ରାଇଭର, ପ୍ରଦୀପ ଖୁଣ୍ଟିଆ ବସ କଣ୍ଡକ୍ଟର ଆସି ଦେଖିଲେ ଆଜି ସକାଳୁ କିଛି ଲୋକ ବସ୍ ରିଜର୍ଭ କରିବା ନାମରେ ଆସି ଏମାନଙ୍କ ସହ ପ୍ରଥମେ କଥା ହୋଇ ଏମାନଙ୍କୁ ଚା ପିଇବାକୁ ଦେଇଥିଲେ | ଚା ପିଇ ସାରିବା ପରେ ଏମାନେ ବସ୍ ଭିତରେ ଅଚେତ ହୋଇ ପଡିବା ପରେ ଏମାନଙ୍କ ମୋବାଇଲ ସହ ଅନ୍ୟ କିଛି ଲୁଟ କରିଥିବା କୁହାଯାଉଛି | ସମସ୍ତେ ଅଚେତ ଅବସ୍ତାରେ ଥିବାରୁ ଲୁଟ ର ପରିମାଣ ଜଣାପଡିନାହିଁ | ପୂର୍ବରୁ ମଧ୍ଯ ପୁରୀ ରୁ ପାରାଦୀପ ଆସୁଥିବା ଶିବଶକ୍ତି ବସ ର କର୍ମଚାରୀ ଙ୍କୁ ଏଭଲି ଥଣ୍ଡା ରେ ନିଶା ଦେଇ ଲୁଟ କରିଥିବା ଓ ଏହା ଦିତୀୟ ଘଟଣା ବୋଲି କୁହାଯାଉଛି |

Leave a Reply

Your email address will not be published. Required fields are marked *