କୁତ୍ରା: ଶିବା- ଯେ ଏସ୍ ଡବ୍ଲ୍ୟୁ ଆନୁକୂଲ୍ୟରେ ରଜ ମଉଜ

କୁତ୍ରା.୧୯/୬(ରିପୋର୍ଟ:ଦେବେନ୍ଦ୍ର ପୁରୋହିତ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘନା ଠାରେ ଥିବା ଶିବା-ଯେଏସ୍ ଡବ୍ଲ୍ୟୁ ସିମେଣ୍ଟ କମ୍ପାନୀ ଆନୁକୂଲ୍ୟରେ ଓଡ଼ିଶା ର ଗଣ ପର୍ବ ‘ରଜ’ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିନିମନ୍ତେ କମ୍ପାନୀ ପକ୍ଷରୁ ତେଲିଘନା ଆମ୍ବତୋଟା ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା। ଏଥିରେ ସ୍ଥାନୀୟ ଯୁବତୀ ଓ ମହିଳା ମାନେ ଅଂଶ ଗ୍ରହଣ କରି ନୃତ୍ୟ, ଗୀତ ଇତ୍ୟାଦି ପରିବେଷଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ପ୍ରତିଭାବାନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇ ଥିଲା। ଶିବା- ଯେ ଏସ୍ ଡବ୍ଲ୍ୟୁ ସିମେଣ୍ଟ ତେଲିଘନା କମ୍ପାନୀ ମୁଖ୍ୟ ଶ୍ରୀଯୁକ୍ତ ଅନୀଲ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଯଥାକ୍ରମେ ସୁନୀଲ କୁମାର ନାଥ,ପ୍ରଶାନ୍ତ ପ୍ରଧାନ, ଗତିକୃଷ୍ଣ ପଣ୍ଡା, ଲିମାରୋଜ ଲାକ୍ରା, ତଥା ସିଏସ ଆର ମୁଖ୍ୟ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ରାଉତ ପ୍ରମୁଖ ପରିଚାଳନା ଗତ ସହଯୋଗ କରିଥିଲେ। ଵିଶେଷ କରି ରଜ ପର୍ବ ଟି ଓଡିଶା ଉପକୂଳ ଅଞ୍ଚଳ ରେ ପାଳିତ ହୋଇ ଆସୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ରେ କମ୍ପାନୀ ଉଦ୍ୟମରେ ପ୍ରଥମ କରି ରଜ ପର୍ବ ଟି ନିଆରା ଢଙ୍ଗରେ ରେ ପାଳିତ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *