କୁତ୍ରା: ବାଇକରୁ ଦୁର୍ଘଟଣା ଯୁବକ ଗୁରୁତର

କୁତ୍ରା ୧୮/୬ (ରିପୋର୍ଟ: ଦେବେନ୍ଦ୍ର ପୁରୋହିତ) ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବାଇଲମା କରମାବାହାଲ ରାସ୍ତାରେ ବାଇକରୁ ପଡି ସୁବାସ ମିଞ୍ଜ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ରେ କୁତ୍ରା ମାଲୁପଡାର ସୁବାସ ମିଞ୍ଜ (୨୪) ଏକ ବାଇକରେ ଯାଉଥିବା ବେଳେ କରମାବାହାଲ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ କୁତ୍ରା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *