ରାଜଗାଙ୍ଗପୁର: କଂଗ୍ରେସ ପକ୍ଷରୁ ଧନ୍ୟବାଦ ବିଜୟୀ ଶୋଭା ଯାତ୍ରା

ରାଜଗାଙ୍ଗପୁର (ପୂର୍ଣ୍ଣ ଚନ୍ଦ୍ର ପାଢୀ): ରାଜଗାଙ୍ଗପୁର ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଡାକ୍ତର ସି ଏସ ରାଜନ ଏକ୍କା ତାଙ୍କ ନିକଟସ୍ଥ ପ୍ରତିଦ୍ଵନ୍ଧି ବି ଜେ ଡି ପ୍ରାର୍ଥୀ ଅନୀଲ କୁମାର ବରୁୱା ଙ୍କୁ 10244 ଭୋଟ ବ୍ୟବଧାନ ପରାଜିତ କରି ବିଜୟୀ ହେବା ପରେ ଗତ କରି ସନ୍ଧ୍ୟାରେ ଶତାଧିକ କର୍ମୀଙ୍କୁ ନେଇ ରାଜଗାଙ୍ଗପୁର ବାସୀଙ୍କୁ ଧନ୍ୟବାଦ ଦେବା ପାଇଁ ଏକ ଶୋଭାଯାତ୍ରା ରେ ରାଣୀବନ୍ଧ ଛକ ଠାରୁ ଅବସ୍ଥିତ ବୀର ପୁରଷ ତଥା ଶହୀଦ ବୀର ବିର୍ଶା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏହି ଶୋଭାଯାତ୍ରା ଆରମ୍ଭ କରି ବିଜୁ ପଟ୍ଟନାୟକ ଛକ ଦେଇ ଓସିଏଲ ମାର୍କେଟ, ଭାଟାପଡା, ଲାଲବାବା ମଜାର, ସୁବାଷ ଛକ ଠାରେ ସ୍ୱାଭିମାନୀ ପୁରୁଷ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଇନ୍ଧିରା ଛକ ଦେଇ ବସ ଷ୍ଟାଣ୍ଡ, ସାପ୍ତାହିକ ବଜାର, ରାଷ୍ଟ୍ର ବିଦ୍ୟାଳୟ ଦେଇ ଲିପଲୋଇ ସ୍ଥିତ ଶହୀଦ ପ୍ରଦୀପ କୁମାର ପଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ବିଭିନ୍ନ ସ୍ଥଳରେ ବିଧାୟକ ଡାକ୍ତର ରାଜନ ଏକ୍କା ଙ୍କୁ ସହର ବାସୀ ପୁଷ୍ପ ମାଲ୍ୟା ଦେଇ ସମ୍ବୋଦନା କରୁଥିବା ଦେଖିବାକୁ ମିଳିଥିଲା l ଏହି ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ କର୍ମୀ ଇତିଖାର ଅହମ୍ମଦ (ପାକା ବାବୁ )ପବନ କୁମାର ଗଡଡ଼ିଆ,ସୁରେଶ ଚନ୍ଦ୍ର ବାରିକ, ଅରୁଣ ଚନ୍ଦ୍ର ସାମଲ, ଅବଜାଲ ଅହମ୍ମଦ, ହୃଦାନନ୍ଦ ସିଙ୍ଗ, ଅମ୍ବିକା ପ୍ରସନ ମହାନ୍ତି, ପ୍ରଫୁଲ କୁମାର ଉପଧ୍ୟାୟ,ଶଶୀଭୁଷଣ ଚଉରାଶୀଆ, ଏଲବେଟ କିଣ୍ଡୋ, ଏମ ଡି ଏକବାଲ ମଲ୍ଲିକ,ପି ଭି କୋୟା ପ୍ରମୁଖ ଏହି ଶୋଭାଯାତ୍ରା କୁ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା l 

Leave a Reply

Your email address will not be published. Required fields are marked *