ଗୁଣୁପୁର ନିର୍ବାଚନ ମଣ୍ଡଳୀ ନୂତନ ବିଧାୟକଙ୍କୁ ଗୁଡାରି କଂଗ୍ରସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଗୁଡାରି (ସୌମ୍ୟରଞ୍ଜନ ପାଣିଗ୍ରାହୀ): ରାୟଗଡା ଜିଲ୍ଲା ଗୁଡାରି ଏନ.ଏସି ଓ ବ୍ଲକ କଂଗ୍ରେସ ପକ୍ଷରୁ ଗୁଣୁପୁର ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗଙ୍କୁ ଆଜି ଅପରାହ୍ନ ସନ୍ଧ୍ୟା ୫.୩୦ ମି. ସମୟରେ ଗୁଡାରି ଶିରୀଗୁଡା ଛକ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା l ଏହି ସମ୍ବର୍ଦ୍ଧନା ସଭାରେ ଗୁଣୁପୁର ପୌରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ଗୌଡ଼ଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା l ଉକ୍ତ ସମ୍ବର୍ଦ୍ଧନାକୁ ଗୁଡାରି ଏନଏସିର ଟାଉନ ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପତି ଏବଂ ଗୁଡାରି ବ୍ଲକ ଏମ୍ପି ରି ପ୍ରେଜେଣ୍ଟ ପେଦିନା ରାମେସାଙ୍କ ତତ୍ୱାଧାନରେ ଅନୁଷ୍ଠିତ ଏହି ସଭାରେ ଗୁଡାରି ଏନ.ଏସି ଓ ବ୍ଲକର ବହୁ ଦଳିଅ କର୍ମୀ ଯୋଗ ଦେଇଥିଲେ l ଗୁଣୁପୁର ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକଙ୍କ ବିଜୟ ପରେ ଗୁଡାରି ଜନ ସାଧାରଣଙ୍କୁ କୃତଜ୍ଞତା ଜଣାଇଲେ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ଏବଂ ଗୁଡାରି ଅଞ୍ଚଳର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼କ୍ଟର ଅଭାବ,ଗୁଡାରି ଶିକ୍ଷା କ୍ଷେତ୍ରରେ ଶିକ୍ଷକ ବା ଅଧକ୍ଷ ନଥିବା ଏବଂ ଅନ୍ୟାନ ସମସ୍ୟା ଗୁଡିକ ବିଷୟରେ ଶ୍ରୀ ବିଧାୟକଙ୍କୁ ଜଣେଇ ଥିଲେ l ବିଧାୟକ ମହୋଦୟ ସେହି ସମସ୍ୟା ଗୁଡିକୁ ସମଧାନ କରିବା ପାଇଁ ଚେଷ୍ଟା କରିବି l ଏହି କାର୍ଯ୍ୟକ୍ରମ ରେ ଗୁଡାରି ଅଞ୍ଚଳରେ ବରିଷ୍ଠ ନେତା କେ. ରାମକ୍ରିଷ୍ଣା ଏବଂ ବାବୁ ରାଓ ଯୋଗ ଦେଇଥିଲେ l ଗୁଡାରି ଏନ.ଏସିର ମେଇନ ରୋଡ଼, ଗୌଡ଼ ସାହି, ନିଘାମନ ସାହି, ପରିଛା ସାହି ଦିଇ କାନାକା ପରି ମେଶ୍ବରୀ ମନ୍ଦିର ଯାଇ ମାଁ ଙ୍କ ଆଶୀର୍ବାଦ ନେଇଁ, ପାଇକ ସାହି ଦେଇ ଜଗନ୍ନାଥ ମନ୍ଦିର, ମାଁ ଭଣ୍ଡାର ଘରଣୀ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରି ବ୍ରାହ୍ମଣ ସାହି ଦେଇ, ହରିଜନ ସାହି ଦେଇ ବଂଶ ଧାରା କଲୋନୀ ପରିଦର୍ଶନ କରିଥିଲେ l ପରି ଶେଷରେ ଗୁଡାରି ଏନ.ଏସିର ୱାଡ଼ ନଂ ୧୦ ବଂଶଧାରା କଲୋନୀର ସାହି ବାସିନ୍ଦା ୮୦ ସାଲ ବନ୍ୟାରେ ଆମକୁ ସରକାର ଏହି ଜାଗା ପ୍ରଦାନ କରିଥିଲେ ହେଲେ ଆଜି ଯାଏଁ ଆମକୁ ପଟ୍ଟା ଖଣ୍ଡେ ମିଳି ନାହିଁ ବୋଲି ମାନ୍ୟବର ବିଧାୟକଙ୍କୁ ଗୁହାରି ଜଣାଇ ଥିଲେ l

Leave a Reply

Your email address will not be published. Required fields are marked *