
ଜୟପୁର,୦୪।୦୬( ଅନିତା ଦାଶ): ଚଳିତ ବର୍ଷ ୨୦୨୪ ସାଧାରଣ ନିର୍ବାଚନରେ ଜୟପୁର ବିଧାନସଭା ଆସନରେ କଂଗ୍ରେସ ର ଅତି ଲୋକପ୍ରିୟ ନେତା ତାରାପ୍ରସାଦ ବାହିନୀପତି ତୃତୀୟ ଥର ପାଇଁ ଜୟପୁର ଆସନରେ ବିଜୟୀ ଲାଭ କରିଛନ୍ତି। ଏହା ପୁର୍ବରୁ ସେ ଜୟପୁର ଆସନରେ ଦୀର୍ଘ ୧୦ ବର୍ଷ ଧରି ଜୟପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଜୟପୁର ର ବହୁତ କିଛି ବିକାଶ କରିଛନ୍ତି। ତତ୍ ସହିତ ଜୟପୁର ଅଞ୍ଚଳବାସୀଙ୍କ ପ୍ରତି ସୁଶାସନ ବ୍ୟବସ୍ଥା ଦେବା ସହ ଅତି ଉତ୍ତମ ସେବା ଯୋଗାଇ ଦେଇଛନ୍ତି। ଜୟପୁର ଜନତା ଜନାର୍ଦ୍ଦନ ପୁଣି ବିଧାୟକ ବାହିନୀପତିଙ୍କ କାର୍ଯ୍ୟ ଶୈଳୀକୁ ଦେଖି ତାଙ୍କ ହ୍ୟାଟ୍ରିକ୍ ଲକ୍ଷକୁ ପୁରଣ କରିଛନ୍ତି। ଆଜି ସକାଳୁ ୮ ଘଟିକା ଠାରୁ ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଠାରେ ଜୟପୁର ବିଧାନସଭା ଆସନର ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ରାଉଣ୍ଡ ରୁ ଆରମ୍ଭ କରି ପ୍ରାୟ ୨୪ ରାଉଣ୍ଡ ଭୋଟ ଗଣତି ବେଳେ ସମସ୍ତ ରାଉଣ୍ଡରେ ବିଜେଡି ବିଧାୟୀକା ପ୍ରାର୍ଥୀନୀ ଡ଼ ଇନ୍ଦିରା ନନ୍ଦଙ୍କୁ ପଛରେ ପକାଇ ତାରା ଆଗକୁ ଚାଲିଥିଲେ। ଶେଷ ୨୪ ରାଉଣ୍ଡ ରେ ୬୯୧୬୯ ଭୋଟ ସହ ପୋଷ୍ଟାଲ ୱାଲେଟ୍ ଭୋଟ ୪୨୩ ସର୍ବମୋଟ ୬୯୫୯୨ ଭୋଟି ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେଡି ବିଧାୟୀକା ପ୍ରାର୍ଥୀନୀ ଡ଼. ନନ୍ଦ ପାଇଥିବା ଭୋଟ ସଂଖ୍ୟା ୫୬୪୮୧ ଠାରୁ ଅଧିକା ୧୩୧୧୧ ଭୋଟ ପାଇ ଜୟପୁର ବିଧାନସଭା ଆସନରେ ତୃତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛନ୍ତି। ଜୟପୁର ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତା ମାନଙ୍କୁ ସେ ତାଙ୍କର ଭଲପାଇବା ସହିତ ଜୟପୁର ଜନାର୍ଦ୍ଦନ ତାଙ୍କୁ ପୁନର୍ବାର ତୃତୀୟ ଥର ପାଇଁ ବିଧାୟକ ଭାବେ ବିଜୟୀ କରିଥିବାରୁ ସମସ୍ତ କୃତଜ୍ଞତା ଜଣାଇଛନ୍ତି।