ନଦୀ ଭିତରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର…. କାରଣ ଅପଷ୍ଟ, ହତ୍ୟା ନା ଅନ୍ୟକିଛି ପୁଲିସ ତଦନ୍ତ ଜାରି

ବେଲପଡା (ବଲାଙ୍ଗୀର ରୁ ଦୁର୍ଜ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) ବେଲପଡା ଥାନା ମଣ୍ଡଳ -କେନକେବା ରାସ୍ତା ର ଲାହାନ୍ତ ନଦୀ ବ୍ରିଜ ନିକଟରୁ ପୁଲିସ ଗୋଟିଏ ମହିଳା ଙ୍କ ଶବ ଉଦ୍ଧାର କରିଛି |ଉଦ୍ଧାର ମହିଳା ଙ୍କ ବୟସ 45 ପାଖାପାଖି ଥିବେବେଳେ ଶବ ଟି କାହାର କେଉଁଠୁ ଆସିଲା କିଛି ଜଣାପଡ଼ିନାହିଁ |ଆଜି ସକଳେ କିଛି ଲୋକ ଶୌଚ ପାଇଁ ନଦୀ କୁଲ କୁ ଯାଇଥିଲେ |ଏହି ସମୟରେ ନଦୀ କୁଲ ରେ ମହିଳା ଙ୍କ ଅର୍ଦ୍ଧ ପୋତା ଶବ ଦେଖିବାକୁ ମିଳିଥିଲା |ଯାହାକୁ ସ୍ଥାନୀୟ ଲୋକ କାହାକୁ ହତ୍ୟା କରାଯାଇ କାହାକୁ ଏଠାରେ ପୋତା ଯାଇଥିବା ସଂନ୍ଦେହେ କରି ପୁଲିସ କୁ ଖବର ଦେଇଥିଲେ |ପୁଲିସ ଘଟଣା ସ୍ଥଳ ରେ ପହଁଚି ଅଧିକ ତଦନ୍ତ ପରେ ବେଲପଡା ତହସିଲଦାର ଜ୍ଞାନରଞ୍ଜନ ମାଝୀ ମାଜିଷ୍ଟ୍ରେଟ ଭାବେ ଏବଂ ସାଇଣ୍ଟିକଫିକ ଟିମ ଉପସ୍ଥିତ ରେ ଶବ କୁ ବାହାର କରାଯାଇଥିଲା ଶବ ବାହାର ବେଳେ ହାତରେ ଭ୍ୟାନ ଫ୍ଲୋ ଲାଗିଥିବାରୁ ଡାକ୍ତରଖାନାରେ ମୃତ୍ୟୁ ପରେ କେହି ଆଣି ଅର୍ଦ୍ଧ ଭାବରେ ବାଲି ରେ ପୋତି ଦେଇଥିବା ପାଟଣାଗଡ଼ ଏସଡିପିଓ ସୂଚନା ଦେଇଥିଲେ |ଏହି ସମୟରେ ରେ କିଛି ବ୍ୟକ୍ତି ନିଜ କୁ କଣ ଭାବି କେ ଜାଣି ବେଶ ଚତୁରତା ଦେଖାଇ ହେଉଥୁଲେ |ଯାହାକୁ ନେଇ ସ୍ଥାନୀୟ କିନ୍ତୁ ସ୍ଥାନୀୟ ଲୋକ ଚାଟୁକାରିତା କରୁଥିବା କଥାବାର୍ତ୍ତା ହେଉଥୁଲେ ଅନ୍ୟ ପଟେ ଲୋକ ଙ୍କ କହିବା କଥା ଯେ ପାଖ ଆଖ ଗାଁରେ କାହାରି ମୃତ୍ୟୁ ଘଟିନାହିଁ |ଏମିତି ଅବସ୍ଥା ରେ କେହିଁ ବି ଶବ ସତ୍କାର କରନ୍ତି ନାହିଁ |କାହାକୁ ହତ୍ୟା କରି ଏମିତି ରୂପ ଦିଆଯାଉଥିବା ସଂନ୍ଦେହେ କରୁଛନ୍ତି |ଖବର ଲେଖା ପ୍ରଯ୍ୟନ୍ତ ମହିଳା ଙ୍କ ଶବ ଚିହ୍ନଟ ହୋଇ ପାରିନାହିଁ

Leave a Reply

Your email address will not be published. Required fields are marked *