ଗ୍ରୀଷ୍ମ ଲହର: ନିଆଁ ଗୋଲା ମଧ୍ୟରେ ସାପ୍ତାହିକ ବଜାର

କୁତ୍ରା (ରିପୋର୍ଟ: ଦେବେନ୍ଦ୍ର ପୁରୋହିତ): ସାରା ରାଜ୍ୟ ରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ପ୍ରଖର ହୋଇଛି।କିଛିଦିନ ହେବ ଅତ୍ୟନ୍ତ ଆବଶ୍ୟକ ନଥିଲେ ଦିନ ଦିପହରେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ଇତି ମଧ୍ୟରେ ସୁନ୍ଦରଗଡ଼ ସହର ଆଦର୍ଶ ନଗର ରେ ଜଣେ ବ୍ୟକ୍ତି ଙ୍କର ଅଂଶୁଘାତ ରେ ମୃତ୍ୟୁ ଘଟିଥିବା ଅନେକ ଖବର କାଗଜରେ ପ୍ରକାଶିତ ହୋଇଥିଲା। ତେବେ ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ଗ୍ରାମରେ ବସୁଥିବା ସାପ୍ତାହିକ ହାଟପାଳି ମାନଙ୍କ ରେ ସକାଳୁ ସନ୍ଧ୍ୟା  ଯାଏ ବେପାର ଚାଲି ଥିବାଯୋଗୁଁ ଅଂଶୁଘାତ ଜନୀତ ମୃତ୍ୟୁ ସଂଖ୍ୟା ଯେ ବୃଦ୍ଧି ନ ପାଇବ କହିହେବ ନାହିଁ। କୁତ୍ରା ବ୍ଲକ ରେ ସପ୍ତାହ ର ସାତଦିନ ଯାଏଁ କୌଣସି ନା କୌଣସି ଗ୍ରାମ ରେ ହାଟ ବସେ। କୁତ୍ରା ରେ ସପ୍ତାହକୁ  ଦୁଇଦିନ ରବିବାର ଏବଂ ବୁଧବାର ଦିନ ହାଟପାଳି। ନିଜ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ସହ ବିଶେଷ କରି ଏଥିରେ ପନିପରିବା  କିଣା ବିକା  ହୋଇଥାଏ। ଆଜି କୁତ୍ରା  ହାଟପାଳି ରେ ପ୍ରଚଣ୍ଡ ଗରମ ସତ୍ତ୍ୱେ  ହାଟରେ ଗହଳି ଥିଲା। ଲୋକେ ପାନୀୟ ଜଳ ପାଇଁ ଡହକ ବିକଳ ହେଉ ଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ  ବିଗତ ବର୍ଷ ମାନଙ୍କ ସଦୃଶ ହାଟୁଆ ମାନଙ୍କ ପାଇଁ  କୌଣସି  ଜଳଛତ୍ର ର ବ୍ୟବସ୍ଥା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।  ତେବେ ସପ୍ତାହିକି ହାଟଗୁଡିକୁ ପ୍ରଶାସନ ସକାଳୁଅ କରିବା ପାଇଁ ନିର୍ଦେଶନାମା ଜାରି କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *