ଗରମ ଯୋଗୁଁ ଟିଟିଲାଗଡ ଅସ୍ତବ୍ୟସ୍ତ – ସହରରେ ତାପମାତ୍ରା ବୃଦ୍ଧି ସହ ହେଉଛି ଅଗ୍ନି ବର୍ଷା

ଟିଟିଲାଗଡ (ସଞ୍ଜୟ କୁମାର ନାୟକ): ଦିନକୁ ଦିନ ଟିଟିଲାଗଡ଼ ସହରର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, କିଛି ଦିନ ପାଗ ପରିବର୍ତନ ହେବା ଯୋଗୁଁ କିଛି ଦିନ ଗରମ ଯନ୍ତ୍ରଣାରୁ ସହର ବାସି ମୁକ୍ତି ପାଇଥିବା ବେଳେ ପାଞ୍ଚ ଛ ଦିନ ହେବ ପୁଣି ଥରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ସକାଳ ସାତ ଟାରୁ ଆକାଶରୁ ନିଆଁ ଖସୁଛି, ସେମିତି ବି ଦିନ ତମାମ ଅସହ୍ୟ ଗରମ ହେଉଥିବା ବେଳେ ରାତିରେ ବି ତ୍ରାହି ନାହିଁ। ଯେଉଁ ଲୋକ ମାନେ ଏସି କୁଲର୍ ବ୍ୟବହାର କରୁଛନ୍ତି ଘରୁ ବାହାରକୁ ଯିବା ପାଇଁ ଅରାଜି, ଅନ୍ୟ ପଟେ ଉପର ମହଲାରେ ରହୁଥିବା ଲୋକେ ଏସି ହେଉ କି କୁଲର ଲଗେଇଲେ ବି ଯେଉଁ ଦୁଃଖ କୁ ସେହି ଦୁଃଖ, ତାହେଲେ ଗରିବ ଲୋକଙ୍କ ଅବସ୍ଥା କଣ ହେଉଥିବ ଏଥିରୁ ବିଚାର କରନ୍ତୁ।

ସକାଳ ୯ ଟାରେ ହିଁ ସହର ସୁନସାନ ହୋଇଯାଉଛି, ଜରୁରି କାମ ନ ହେଲେ ଲୋକେ ଆଉ ଘରୁ ବାହାରକୁ ବାହାରୁ ନାହାଁନ୍ତି, ସେମିତି ସଂଧ୍ୟାରେ ବି ଗରମ ପବନ ବୋହୁଛି, ଗରମରୁ ରକ୍ଷା ପାଇବାକୁ ଲୋକେ ଏବେ ଭଗବାନ ଭରସାରେ ରହିଛନ୍ତି। ପ୍ରତି ବର୍ଷ ଗରମ ଯୋଗୁଁ ଟିଟିଲାଗଡ ବାସି ହନ୍ତସନ୍ତ ହେଉଥିବା ବେଳେ କେବେ ତାପମାତ୍ର ବୃଦ୍ଧିକୁ ରୋକିହେବ ଓ କିପରି ସେ ନେଇ ସରକାର, ପରିବେଶବିତ ମାନେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି। ରବିବାର ରାତିରେ ୩୩ କେଭି ତାର ଛିଣ୍ଡି ଯିବା ଯୋଗୁଁ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ ବିଦ୍ୟୁତ ସେବା ଠପ ହୋଇ ଯାଇଥିଲା, କିଛି କିଛି ସମୟ ପାଇଁ ବିଦ୍ୟୁତ କାଟ ହେଉଥିବାରୁ ତାହା ମଧ୍ୟ ଯମଯନ୍ତ୍ରଣା ଭଳି ଲାଗୁଥିବା ଲୋକେ କଥାବାର୍ତ୍ତା ହେଉଛନ୍ତି। ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ସେତେ ଅଘୋଷିତ ବିଦ୍ୟୁତ କାଟ ହେଉ ନ ଥିବା ବେଳେ ହଠାତ ହେଉଥିବା ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଖରା ରୁ ରକ୍ଷା ପାଇବାକୁ କଣ କରିବାକୁ ହେବ ସେ ଦିଗରେ ସରକାର ଦୃଷ୍ଟି ଦେଇ ସମାଧାନର ରାସ୍ତା ବାହାର କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *