
ଝାରବନ୍ଧ – (କାର୍ତ୍ତିକ ବରିହା): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମ୍ୟାଟ୍ରିକ ଵୋଡ ପରିକ୍ଷା ଫଳ ପ୍ରକାଶ ପାଇଛି। ନୁଆପଡା ଜିଲ୍ଲାର ଵେଲଟୁକ୍ରୀ ହାଇସ୍କୁଲର ଜୟପ୍ରକାଶ ସାହୁ ମ୍ୟାଟ୍ରିକ ପରୀକ୍ଷା ମୋଟ ୬ ଶହରୁ ୫୫୨ ନମ୍ବର ମାର୍କ ରଖି ନୁଆପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି। ଜୟପ୍ରକାଶ ସାହୁ ଵରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗ୍ରାମ ର ଶ୍ରୀ କିର୍ତ୍ତିଚନ୍ଦ୍ର ସାହୁ ଓ ମାଁ ପୁଷ୍ପଲତା ସାହୁ ଙ୍କ ସୁପୁତ୍ର। ଜୟପ୍ରକାଶ ଙ୍କ ବାପା ଜଣେ ସଫଳ ଚାଷୀ ଓ ତାଙ୍କ ମାଁ ଜଣେ ସୁଗୃହିଣୀ ଅଟନ୍ତି। ସେ ଅକ୍ଲାନ୍ତ ପରିଶ୍ରମ କରି ପ୍ରତିଦିନ ନିଜ ଘରୁ ନିତ୍ୟାନନ୍ଦ ପୁର ଗ୍ରାମ ରୁ ବେଲଟୁକ୍ରୀ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାଇକେଲ ଯୋଗେ ଯିବା ଆସିବା କରି ପାଠ ପଢୁଥିଲେ। ତାଙ୍କ ସଫଳତା ପାଇଁ ନିଜ ଗ୍ରାମ ନିତ୍ୟାନନ୍ଦ ପୁର ଓ ବିଲାସପୁର ପଞ୍ଚାୟତ ଅଞ୍ଚଳ ରୁ ଶୁଭେଛା ର ସୁଅ ଛୁଟୁଛି। ଜୟ ପ୍ରକାଶ ସାହୁ ଙ୍କ ସଫଳତା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ନିଜ ବାପା ମା’ଙ୍କୁ ଶ୍ରେୟଦେଇଛନ୍ତି ସମଗ୍ର ଅଞ୍ଚଳ ବାସି।