ଗଆଁରି, ଟୁର୍ଚାକାନି, ଗୁରୁଣ୍ଡା ଠାରୁ ବଙ୍ଗୋମୁଣ୍ଡା ଯାଏଁ ପ୍ରବଳ ବର୍ଷା

ଟିଟିଲାଗଡ (ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ): କିଛି ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ହଠାତ ରବିବାର ଦିନ 11.30 ରୁ 12 ଟା ସମୟ ପାଣିପାଗରେ ପରିବର୍ତ୍ତନ ଘଟିଥିଲା। ଫଳ ସ୍ୱରୂପ ଟିଟିଲାଗଡ ଠାରୁ ବଙ୍ଗୋମୁଣ୍ଡା ଯିବା ରାସ୍ତାରେ ଥିବା ଗଅଁରି , ଟୁର୍ଚାକାନି, ଗୁରୁଣ୍ଡା ଠାରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ଝଡ ତୋଫାନ ହେବା ଯୋଗୁଁ ରାସ୍ତା କଡ଼ରେ ଥିବା ବହୁତ ଗଛ ଡ଼ାଳ ଭାଙ୍ଗିବା, ଘରର ଛପର ଉଡ଼ିଥିବା ଦେଖିବାକୁ ମିଳୁଛି। ପାଗ ପରିବର୍ତନ ସିନା ହେଲା କିନ୍ତୁ ବହୁତ ଗଛ ଭାଙ୍ଗି ପଡିଛି।

Leave a Reply

Your email address will not be published. Required fields are marked *