
ଭଞ୍ଜନଗର/ ଜଗନ୍ନାଥପ୍ରସାଦ/ ବିଡିପୁର (ବବି ରଥ, ଓଡ଼ିଶା ଟୁଡେ) ୧୩/୧୨/୨୩: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଓଡ଼ିଶା ସରକାରଙ୍କ ସମବାୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୩ଟି କଲେଜରେ ଶିକ୍ଷାର ବିକାଶ ପାଇଁ ନୂତନ ଏକାଡେମୀକ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ ଓ ନୂତନ ଏକାଡେମୀକ ବ୍ଲକର ଉଦଘାଟନ କରିଥିଲେ । ସେଥି ମଧ୍ୟରୁ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ପଟ୍ଟନାୟକ ଏକାଡେମୀକ ବ୍ଲକ ପାଇଁ ଅଢ଼େଇ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୈଦେହୀଶ ସାଂସ୍କୃତିକ ମଣ୍ଡପରେ ନୂତନ ଓଡ଼ିଶା, ଯୁବଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ସଭାପତି ହୋଇଥିଲା । କଲେଜ ପରିଚାଳନା ସଭାପତି ବେଣୁଧର ସାବତ ଓ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟକ୍ଷ ସନାତନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁ, ଉପାଧ୍ୟକ୍ଷା ରଞ୍ଜିତ ପାତ୍ର, କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ବିଡିଓ ଅଶ୍ବିନୀ କୁମାର ମହାପାତ୍ର, ତହସିଲଦାର ବିମଳ କିଶୋର ପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସନାତନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ପ୍ରଗତି ପାଇଁ ପ୍ରତି ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟ ମାନଙ୍କରେ ନୂତନ କୋଠା, ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ଆଦି ଯୋଗାଇ ଦେଇଥିବା ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଥିଲେ । ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ନୋଡାଲ ଅଧିକାରୀ ଜୟଦେବ ଗୌଡ଼, ଡ଼, ପ୍ରମୋଦ କୁମାର ଚୌଧୁରୀ, ଅଞ୍ଚଳର ମହାବିଦ୍ୟାଳୟ କର୍ମଚାରୀ, ରାଜନେତା, ସମାଜସେବୀ ଓ ଛାତ୍ର ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ଏହାପରେ ବିଡ଼ି ପୁର ଠାରେ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ବିଶ୍ଵ ବ୍ୟାଙ୍କ ସହାୟତାରେ ଅଢ଼େଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଏକାଡେମୀକ ବ୍ଲକକୁ ଉଦଘାଟନ କରିଥିଲେ I ଶେଷରେ ଭଞ୍ଜନଗର ଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ଅଢ଼େଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବୀର ଚକରା ଏକାଡେମୀକ୍ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଶ୍ବ ବ୍ୟାଙ୍କ ସହାୟତାରେ ସାଢ଼େ ତିନି କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଏକାଡେମୀକ ବ୍ଲକର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ତାଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୌରୋହିତ୍ୟ କରିଥିଲେ । ଏହାପରେ କଲେଜ ପଡ଼ିଆରେ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସାଂସଦଙ୍କ ବ୍ଲକ ପ୍ରତିନିଧି ଦିବାକର ନାୟକ, ସାଂସଦଙ୍କ ଏନଏସି ପ୍ରତିନିଧି ପଞ୍ଚାନନ ପାଳ, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଦାସ ଉପସ୍ଥିତ ଥିଲେ | ଶୂଳପାଣି ଶତପଥୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ରାଜ୍ଯସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ସହିତ ୫-ଟି କାର୍ଯ୍ୟକ୍ରମରେ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତରଣ କାର୍ଯ୍ୟ ପାଇଁ ବହୁ ଅର୍ଥ ମଞ୍ଜୁର କରାଯାଇଛି । ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ସହଯୋଗରେ ଉଚ୍ଚ ଶିକ୍ଷାର ବିକାଶ କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। ସେହିପରି ଶିକ୍ଷାର ବିକାଶ ପାଇଁ ଉଚ୍ଚ ଶିକ୍ଷା ଦିଗରେ କ୍ରୀଡା, ସଂସ୍କୃତି ଓ ସମାଜସେବାକୁ ନେଇ ନୂଆ-ଓଡ଼ିଶା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନୂଆ ରୂପ ଦେବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।ଏହି ଅବସରରେ କଲେଜର ୪ଜଣ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ସମ୍ମାନିତ କରାଯାଇଥିଲା। ବିଡିଓ ଶଶୀ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।