
ଭୁବନେଶ୍ବର (ଓଡ଼ିଶା ଟୁଡେ): ୫ ବର୍ଷ ମଧ୍ୟରେ ୪୩୦ ହାତୀଙ୍କ ମୃତ୍ୟୁ ହୋଇଛି । ୪ ଗୋଟି ମହାବଳ ବାଘ, ୩୧ ଗୋଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି । ୨୩୫୨ ଗୋଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ବି ଜୀବନ ଯାଇଛି । ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଦ୍ୱାରା ମୃତ୍ୟୁ ହୋଇଥିବା ବିଧାନସଭା ବିଭାଗୀୟ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଲିଖିତ ଉତ୍ତର ଦେଇଛନ୍ତି ।
ଗତ ପାଞ୍ଚ ବର୍ଷ (୨୦୧୮-୧୯ ଠାରୁ ୨୦୨୨-୨୩) ମଧ୍ୟରେ ରାଜ୍ୟର ୪୩୦ ଗୋଟି ହାତୀ, ୪ ଗୋଟି ମହାବଳ ବାଘ, ୩୧ ଗୋଟି କଲରାପତରିଆ ବାଘ ଓ ୨୩୫୨ ଗୋଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି ମୁଖ୍ୟ କାରଣ ଯୋଗୁଁ ମୃତ୍ୟୁ ହୋଇଛି ।