
କଟକ (ଓଡ଼ିଶା ଟୁଡେ) ୨୯/୦୯/୨୩: ଆଜି କଟକ ଜିଲ୍ଲା କଟକ ସଦର ଅନ୍ତର୍ଗତ ରଘୁନାଥପୁର ସ୍ଥିତ ସିଲୋ ବ୍ରାହ୍ମଣଖଣ୍ଡ ଭାଣ୍ଡେଶ୍ଵର ଶିବ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରଗତି ଫାଉଣ୍ଡେସନ ଦ୍ୱାରା ଆରମ୍ଭ କରାଗଲା । ଏହି କାର୍ଯ୍ୟକ୍ରମ ରେ ଆମ୍ବ ଗଛ, ରକ୍ତ ଚନ୍ଦନ ଗଛ, ଅଁଳା ଗଛ, ଓ ବ୍ରାହ୍ମି ଔଷଧୀୟ ବୃକ୍ଷରୋପଣ କରାଗଲା । ଏହି କାର୍ଯ୍ୟକ୍ରମ ରେ ପ୍ରଗତି ଫାଉଣ୍ଡେସନ ସଭାପତି ଶ୍ରୀମତୀ ପ୍ରଗତି ରଥ, ସମ୍ପାଦକ ଅଶ୍ୱିନୀ କୁମାର ସେଠୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦିଲୀପ ରାଉତ ଓ ଗ୍ରାମର ସମସ୍ତ ଯୁବକ ଗୁରୁଜନ ସଭିଏଁ ଉପସ୍ଥିତ ରହି ଥିଲେ ଓ ଭୋଜନ କାର୍ଯ୍ୟକ୍ରମ ରେ ସଭିଏଁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପ୍ତ କରା ଯାଇଥିଲା । ଆଗକୁ ମଧ୍ୟ ପ୍ରଗତି ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବା କାର୍ଯ୍ୟକ୍ରମ ରହିଛି ।
ରିପୋର୍ଟ : ଅଶ୍ୱିନୀ କୁମାର ସେଠୀ