
ମା’ ଆସିବେ, ତା’ ପୁଣି ଦୀର୍ଘ ୬ ବର୍ଷ ବ୍ୟବଧାନ ପରେ… ଭଞ୍ଜନଗରବାସୀଙ୍କ ଉତ୍କଣ୍ଠା କହିଲେ ନସରେ। ମା’ଙ୍କୁ ସ୍ବାଗତ କରାଯିବ, ରାସ୍ତାଘାଟ ଉତ୍ସବ ମୁଖର ହୋଇ ଉଠିବ, ଭଳି କି ଭଳି ପଟୁଆର, ତା’ ସାଙ୍ଗକୁ ଢୋଲ କାହାଳୀର ଧ୍ବନୀ ପରିବେଶକୁ ଆନନ୍ଦିତ କରୁଥିବ। ପୂର୍ବ ଥର ଠାରୁ ଆହୁରି ଜାକଜମକ କିପରି ହେବ, ପ୍ରସ୍ତୁତିରେ କୌଣସି ତ୍ରୁଟି ଯେମିତି ନ ରହିବ, ଶ୍ରଦ୍ଧାଳୁ ମାନଙ୍କ ଅସୁବିଧା ଯେପରି ନହେବ, ଯାନବାହାନ ଚଳାଚଳ କିପରି ନିୟନ୍ତ୍ରିତ ହେବ, ଆହୁରି ଅନେକ କିଛି… ସରକାରୀ ଠାରୁ ବେସରକାରୀ ସ୍ତରରେ ସମସ୍ତେ ଲାଗି ପଡିଛନ୍ତି ଏଥର ଠାକୁରାଣୀ ଯାତ୍ରାକୁ ସବୁଠାରୁ ଅଧିକ ଆକର୍ଷଣ କରିବା ପାଇଁ। ୨୧ ଦିନର ଯାତ୍ରା, ପ୍ରତିଦିନ କିଛି ନା କିଛି ନୂଆଁ ପରିବେଶ, ନୂଆଁ ସାଂସ୍କୃତିକ କାର୍ଯ୍ୟକ୍ରମ, ନୂଆଁ ପଟୁଆର… ଆତସବାଜି ସାଙ୍ଗକୁ ଭଳିକି ଭଳି ପୋଷାକ ପରିଚ୍ଛନ୍ନ, ଲିଚୁ ଓ ଏଲ୍.ଇ.ଡି ଲାଇଟ୍। ମୀନାବଜାର ସାଙ୍ଗକୁ ଅପେରା ଦର୍ଶକଙ୍କ ଭିଡ ସାଉଁଟିବାକୁ ପ୍ରସ୍ତୁତ ହେଲେଣି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସିବାକୁ ଥିବା ସଂଗୀତକାର, ହାସ୍ୟ କଳାକାର, ଅଭିନେତା ଅଭିନେତ୍ରୀଙ୍କ ଲିଷ୍ଟ୍ ମଧ୍ୟ ମୋବାଇଲକୁ ମୋବାଇଲ୍ ଘୁରି ବୁଲି ଭାଇରାଲ ହେଲାଣି। ଯାତ୍ରା କମିଟିରେ ସମସ୍ତଙ୍କୁ ଦାୟିତ୍ବ ବଣ୍ଟନ ସରିଲାଣି, ଅସ୍ଥାୟୀ ମଣ୍ଡପକୁ ପ୍ରତିଷ୍ଠା କରାଗଲାଣି। ମା’ ବ୍ୟାଘ୍ରଦେବୀଙ୍କୁ ନିମନ୍ତ୍ରଣ କରିବାକୁ କୁଲାଡ ଯିବା ପାଇଁ ଶଗଡ ବି ପ୍ରସ୍ତୁତ। ସୁଉଚ୍ଚ ତୋରଣ ସାଙ୍ଗରେ ରାସ୍ତାରେ ରଙ୍ଗୋଲି, କାନ୍ଥରେ ଭଳିକି ଭଳି ଚିତ୍ର। ଭଞ୍ଜନଗର ସହର ସତରେ ଠାକୁରାଣୀ ଯାତ୍ରା ପାଇଁ ନୂଆଁ ଜୀବନ୍ୟାସ ପାଇଛି।
ସୃଜନୀ: ସୁବ୍ରତ କୁମାର ଦାଶ, ସମ୍ପାଦକ । ଫଟୋ ଓ ଚିତ୍ର: ବବି ରଥ, ନ୍ୟୁଜ୍ ହେଡ୍, ଓଡିଶା ଟୁଡେ।