
ଧର୍ମଶାଳା – ବର୍ଷା ଯୋଗୁଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ରଦ୍ଦ ହୋଇଯାଇଛି । ବିସିସିଆଇ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି । ପଡିଆରେ ପାଣି ଜମି ରହିଥିବାରୁ ଓ ବର୍ଷା ଛାଡୁ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ବର୍ଷା ଯୋଗୁଁ ଉଭୟ ଦଳର ଖେଳାଳୀମାନେ ଷ୍ଟାଡିୟମ ଭିତରେ ଥିବା ଇନଡୋର୍ ହଲ୍ରେ ନେଟ୍ ପ୍ରାକ୍ଟିସ ବା ଅଭ୍ୟାସ କରିଥିଲେ ।