ହୋଲି ଜେସସ ପବ୍ଲିକ ସ୍କୁଲ ରେ ବୈଶାଖୀ ମହୋତ୍ସବ

ଚଣ୍ଡିଖୋଲ୧୩/୪(କ ବ୍ୟୁ), କ୍ରୀଡା ଶିକ୍ଷା ର ଏକ ଅଂଶ। କ୍ରୀଡ଼ା ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ 
 ବିକାଶ କରିଥାଏ। କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୃତ୍ୟ, ସଙ୍ଗୀତ, ଅଭିନୟ ଆମୋଦ ପ୍ରମୋଦ ମାଧ୍ୟମରେ ଶିକ୍ଷା ଦାନ କରିବା ପାଇଁ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ଏହି ଅବସରରେ ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ହୋଲି ଜେସସ୍ ପବ୍ଲିକ ସ୍କୁଲ ପରିସରର ତିନି ଦିନ ଧରି ଆୟୋଜିତ ବୈଶାଖୀ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକ ଏହି ଉତ୍ସବକୁ ଉଦ୍ଘାଟନ କରି ପିଲା ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ଅନ୍ତର୍ନିହିତ ଗୁଣା ବଳି କୁ ପରିପ୍ରକାଶ କରିବା ପାଇଁ ଏହି ବୈଶାଖୀ ମହୋତ୍ସବ ସାହାଯ୍ୟ କରିବା ସହିତ ଶିକ୍ଷା ପ୍ରତି କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ। ଏହି ଉତ୍ସବରେ ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ୫୦ରୁ ଅଧିକ ଇଭେଣ୍ଟ ରେ ଭାଗ ନେଇଥିଲେ। ଭଲିବଲ , କ୍ୟlରମ, ଚେସ, ଚିତ୍ର କଳା, ମାଟିପାତ୍ର ତିଆରି, ଜଳକ୍ରୀଡ଼ା , ଘୋଡାଚଢା, ଡିସ୍କୋ ରୁମ, ବର୍ଷାନୃତ୍ୟ, ଫଟୋ ଗ୍ରାଫି , ସିନେମାଟାଇମ , ଅନ୍ଧ ପୁଟୁଳି, ବୃତ୍ତକଳା, ମ୍ୟାଜିକବକ୍ସ,ସମେତ ବହୁ କ୍ରୀଡା ଅନୁଷ୍ଟିତ ହୋଇଥିଲା। ପରେ ଲକିଡ୍ର ଦ୍ଵାରା ପିଲା ମାନଙ୍କୁ ପୁରସ୍କୃତ କରଯାଇଥିଲା। ଦେବାଶିଷ ନାୟକ, ଚନ୍ଦନ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ଉତ୍ସବକୁ ପ୍ରିୟଙ୍କା ମଲ୍ଲ, ସବିତା ମହାପାତ୍ର , ପ୍ରଣତୀ ସାହୁ, କିରଣ ଯାଦବ, ଜ୍ୟୋତିକା ଶର୍ମା, ସ୍ୱାଗତିକା ଦାସ, ଇପ୍ସିତା ରାଉତ, ସୁଭାଷିନୀ ମଲ୍ଲିକ, ସୁଭାଷିନୀ ଦାସଯାଦବ, ରେସମା ପର୍ବିନ୍, ସୁଭଲକ୍ଷ୍ମି ସାହୁ, ସାଗରିକା ଶର୍ମା, ମୌସୁମୀ ଦାସ, ଶୀତଳ ପଟୋଡ଼ିଆ , ସୁଷମା ମହାନ୍ତି , ସୂତପା ଗିରି, ଶୁଭଶ୍ରୀ ବେହେରା, ଜ୍ୟୋତିର୍ମୟୀ, ପୁନମ ଭାରତୀ, ଚିରଞ୍ଜିବୀ ଜେନା, ଲକ୍ଷ୍ମୀଧର ମଲ୍ଲିକ, ସଞ୍ଜୟ ରାଉତ ସୌଭାଗ୍ୟ ପାଣ୍ଡବ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *