
ନୂଆଦିଲ୍ଲୀ : ମୋବାଇଲ ଫୋନ୍ କିଣିବା ଏବେ ହେବ ମହଙ୍ଗା। କେନ୍ଦ୍ର ସରକାର ଶନିବାର ଏହା ଉପରେ ଜିଏସଟି ବଢାଇବାର ନିଷ୍ପତ୍ତି ନେଇଛନ୍ତି। ଜିଏସଟି ପରିଷଦର ବୈଠକରେ ମୋବାଇଲ ଫୋନ୍ ଉପରେ ଜିଏସଟି ୧୨ରୁ ୧୮ ପ୍ରତିଶତ ବଢାଇବାର ନିଷ୍ପତ୍ତି ନିଆଯାଇଛି। ମୋବାଇଲ ଫୋନ୍ ଉପରେ ଜିଏସଟି ବଢାଯିବାର ଆଶଙ୍କା ପୂର୍ବରୁ ମଧ୍ୟ କରାଯାଉଥିଲା। ତେବେ କିଛି ସଂଗଠନ କେନ୍ଦ୍ର ସରକାରଙ୍କୁ ଏଭଳି ନକରିବାକୁ ଦାବି କରିଥିଲେ।
କ୍ୟାଟ୍ ଓ ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍(ଏଆଇଏମଆରଏ) ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏଥିରେ ମୋବାଇଲ ଫୋନ୍ ଉପରେ ଜିଏସଟି ନବଢାଇବା ନେଇ ଦାବି କରାଯାଇଥିଲା। ସଂଗଠନର ଯୁକ୍ତି ଥିଲା ଏବେ ଥିବା ଜିଏସଟି ବୃଦ୍ଧି ଦ୍ବାରା ଗ୍ରାହକଙ୍କ ବ୍ୟତୀତ ରିଟେଲରଙ୍କ ଉପରେ ଏହାର ପ୍ରଭାବ ପଢିବ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ମୋବାଇଲ କମ୍ପାନୀ ଉପରେ ଭାରି ପଡିପାରେ। ଏହି ଇଣ୍ଡଷ୍ଟ୍ରୀ ପୂର୍ବରୁ ଚୀନ୍ ସହିତ ସାରା ବିଶ୍ବରେ ବ୍ୟାପୀଥିବା କରୋନା ଭାଇରସର କାରଣରୁ ମାନ୍ଦାବସ୍ଥାରେ ଚାଲିଛି। କରୋନା କାରଣରୁ ଚୀନ୍ କମ୍ପାନୀ ଗୁଡିକରେ କାମ୍ ଏକ ପ୍ରକାର ବନ୍ଦ ହୋଇଯାଇଛି, ଯାହାଫଳରେ ମୋବାଇଲ ଫୋନ୍ ତିଆରି ହେବା କାମ କମ୍ ହୋଇଯାଇଛି।