
କଟକ : କଟକ କିଲ୍ଲା ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଆଶାକର୍ମୀ ମାନଙ୍କର ଜିଲ୍ଲାସ୍ତରୀୟ ସମ୍ମିଳନୀ ରଣଯୁକ୍ତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଜିଲ୍ଲା ଋ ୫ ଶହ ଆଶାକର୍ମୀ ଏହି ସମ୍ମିଳନୀ ରେ ଯୋଗଦେଇଥିଲେ ।
ଏହି ସମ୍ମିଳନୀ କୁ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ଶ୍ରୀ ସୁବାସ ସିଂହ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନି ଭାଷଣରେ ଶ୍ରୀ ସିଂହ କହିଲେ ଆଶାକର୍ମୀ ମାନଙ୍କର କରୋନା ସମୟର ଅବଦାନ କୁ ଆଜି ବି ଜଣ ସମାଜ ଭୂରିଭୁରି ପ୍ରସଂଶା କରୁଛନ୍ତି । ସେମାନଙ୍କ ର କାର୍ଯ୍ୟ ଓ ନିରାପତା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ପଦକ୍ଷେପ ନେବେବୋଲି ଆଶା ପ୍ରକାଶ କରିଥିଲେ ।
ସେମାନଙ୍କ ଦାବି ସମ୍ପର୍କରେ ଶ୍ରୀ ସିଂହ କହିଲେ ଯେ ଆଶାକର୍ମୀ ମାନଙ୍କୁ ଦକ୍ଷତା ବିକାଶରେ ରକ୍ତଚାପ ଯନ୍ତ୍ର, ଅକ୍ସିଜେନ୍ ସାମିଲ ପରିଚାଳନା କରାଯାଇ ଏ.ଏନ୍.ଏମ୍ ପ୍ରଶିକ୍ଷଣ ପ୍ରଭୃତି ଦିଆଯାଇ ପର୍ଯ୍ୟାୟ କ୍ରମେ ସରକାରୀ ପରିସରକୁ ଆଣିବା ପାଇଁ, ମାସିକ ଭତା, ଅବସର କାଳିନ ସହାୟତା, ପ୍ରତ୍ସାହନ ରାଶିକୁ ଦ୍ବିଗୁଣିତ କରିବା ଇତ୍ୟାଦି ବିଶୟରେ ସଂଘ ସରକାର ଙ୍କ ସହ ଯୋଗା ଯୋଗ ରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଜିଲ୍ଲାସ୍ତରୀୟ ଆଶାକର୍ମୀ ସମ୍ମିଳନୀ ରାଜ୍ୟ ସଭା ନେତ୍ରୀ ମମତା ଦାସ ନିଜ ଭାଷଣରେ ସରକାରଙ୍କୁ ସମସ୍ତ ଦାବି ସମ୍ପର୍କରେ ପ୍ରକାଶ କରିବା ସହ ଖୁବ ଶୀଘ୍ର ସରକାରଙ୍କୁ ଅବଗତ କରାଯିବା ବୋଲି ପ୍ରକାଶ ଅକରିଥିଲେ । ଏହି ସମ୍ମିଳନୀ ଯୋଗେନ୍ଦ୍ର ସାଇଁ, ରାଜୀବ ମହାନ୍ତି, ମମତା ଦାସ, ରୀତା ସାହୁ , ନିରଞ୍ଜନ ପାତ୍ର , ପ୍ରଦୀପ ନାୟକ ଆରତୀ ମହାନ୍ତି ଏବଂ ସମସ୍ତ ବ୍ଲକ ସଂଯୋଜକ , ଜିଲା ସଭାପତି , ସମ୍ପାଦକ ଏବଂ କର୍ମୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।