ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଓ ଶ୍ରୀ ଶ୍ରୀ ମା ଷୋଲାପୁରୀ ମାଁ ଙ୍କ ବିଗ୍ରହ ପ୍ରତିଷ୍ଠା

କଟକ : ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଓ ଶ୍ରୀ ଶ୍ରୀ ମା ଷୋଲାପୁରୀ ମାଁ ଙ୍କ ବିଗ୍ରହ ପ୍ରତିଷ୍ଠା କଟକ ସ୍ଥିତ ମୋଚି ସାହି ପଟାପୋଲ ବକ୍ସି ବଜାର ଠାରେ ଅନୁଷ୍ଠିତ ହୋଇଯାଇଅଛି।ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞ ବହୁ ଆଡ଼ମ୍ବରରେ ଆୟୋଜନ କରାଯାଇଥିଲା।ଏହି ଯଜ୍ଞ ପ୍ରଥମ ଦିନ କଳସ ଯାତ୍ରା ସହିତ ନଗର ପରିକ୍ରମା କରାଯାଇ ସନ୍ଧ୍ୟା ସମୟରେ ଏଠାରେ ଯଜ୍ଞ ସ୍ଥଳରେ ପହଞ୍ଚି ଅଗ୍ନି ସଂଯୋଗ କରାଯାଇ ଥିଲା। ଦିତୀୟ ଦିବସରେ ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା ଗୋ ପୂଜା କରାଯାଉଥିଲା। ଯଜ୍ଞର ଶେଷ ଦିନରେ ପୂର୍ଣ୍ଣ ଆହୁତି ଦେବେ ସହିତ
ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜୟଶ୍ରୀରାମ ଧ୍ୱନିରେ ଯଜ୍ଞସ୍ଥଳକୁ ରାମମୟ କରିଥିଲେ । ଏହି ସମୟରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିବା ସହିତ ଅନୁଷ୍ଠାନର ସଭାପତି ଏନ୍ ଉପାଧି, ସମ୍ପାଦକ କେ କାମେଶ୍ବର ରାଓ, ଯଜ୍ଞର କର୍ତ୍ତା ଭାବେ ଏନ୍ ଶଙ୍କର ରାଓ, କର୍ତ୍ତୀ ଏନ୍ ଉମା, କର୍ତ୍ତା ଏ ଦୁର୍ଗା ପ୍ରସାଦ, କର୍ତ୍ତୀ ଏ ନନ୍ଦିନୀ ଉପସ୍ଥିତ ରହି ଯଜ୍ଞର ପୂର୍ଣ୍ଣ ଆହୁତି ଦିଆଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆହୋଜନ କରାଯାଇଥିବାବେଳେ ଶେଷରେ ପ୍ରସାଦ ସେବନ କରାଯାଇଥିଲା।

Leave a Reply

Your email address will not be published. Required fields are marked *