


ୟଗଡ-ଅଜୟ ରଥ-ସତ୍ୟ ଖବର ପ୍ରସାରଣ ଓ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ସାମ୍ବାଦିକ ବିରୋଧରେ କାର୍ଯ୍ୟରତ ସଂସ୍ଥାକୁ ମିଥ୍ଯା ଅପବାଦ ଦେଇ ପ୍ରଶାସନ ର ଚିଠି ଦେଇ ଗଣମାଧ୍ୟମର କଣ୍ଠ ରୋଧ କରିବାର ହୀନ ପ୍ରୟାସ କରିଛି ରାୟଗଡ ଜିଲ୍ଲା ପ୍ରଶାସନ । ପ୍ରଶାସନର ଏଭଳି ହୀନ କାର୍ଯ୍ୟ ବିରୁଧରେ ଆଜି ରାୟଗଡର ବରିଷ୍ଠ ସାମ୍ବାଦିକ ଡ଼ଃ ବାଦଲ ତା,ରଞ୍ଜନ ରଥ,ଗୋପରଞ୍ଜନ ବକ୍ସିପାତ୍ର,ରଶ୍ମିରଞ୍ଜନ ଦୋରା,ଶିବାଜୀ ଦାସ,ଫତୁଲୁ ପାଢ଼ୀ,ସ୍ମୃତିରଞ୍ଜନ ମହାନ୍ତି,ଆଶିଷ ରଞ୍ଜନ ପଣ୍ଡା, ପ୍ରଶାନ୍ତ ପାଳ,ଗୁରୁ ପ୍ରସାଦ ସାହୁ,ଗୌରୀ ଶଙ୍କର ପଟନାୟକ,ଶିବ ନାରାୟଣ ଗୌଡ଼,ରବୀନ୍ଦ୍ର ପାଟଖଣ୍ଡାଲ,ନିରଞ୍ଜନ ପାଳ,ଦୀପକ ପୃଷ୍ଠି, ରାମଦାଶ୍ ଲିମା,ବି କେ ପଟନାୟକଙ୍କ ତତ୍ୱାବଧାନରେ ଜିଲ୍ଲାର ଶତାଧିକ ସାମ୍ବାଦିକ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଗତ ନିର୍ବାଚନ ଗଣତି କେନ୍ଦ୍ରରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନରେ ବିଳମ୍ବ,ସହ ଅବ୍ୟବସ୍ଥା ରହିଥିଲା। ଯାହାକୁ ନେଇ ସେହି ସମୟରେ ବାରମ୍ବାର କହିବା ପରେବି ତାହା ପ୍ରଶାସନ ତରଫରୁ ସୁଧାରା ଯାଇନଥିଲା। ସେହି ସମୟରେ ସାମ୍ବାଦିକ ମାନେ ଆବ୍ୟବସ୍ଥାକୁ ନିନ୍ଦା କରିବା ସହ ଧାରଣାରେ ବସିଥିଲେ। ବସିବା ପରେ ପ୍ରଶାସନିକ ଅଧିକାରୀ ଅବ୍ୟବସ୍ଥା ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ଆବ୍ୟବସ୍ଥାକୁ କିଛି ମାତ୍ରାରେ ସଜାଡ଼ି ସାମ୍ବାଦିକଙ୍କୁ ଡାକି ନେଇଥିଲେ। ଗତ ୧୪ ତାରିଖରେ ଭଗବାନ ବିର୍ଷା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଡି ଆର ଡି ଏ ଶୋଭାଗୃହରେ ପ୍ରସ୍ତୁତି ବୈଠକରେ ବୈଦ୍ୟୁତିକ ଗଣ ମାଧ୍ୟମଙ୍କୁ ଆବଶ୍ୟକ ପ୍ରତିକ୍ରିୟା ନିମନ୍ତେ ପ୍ରଶାସନର ଅସହଯୋଗ କୁ ନେଇ ଅଭିଯୋଗ,ଅନେକ ବୈଠକରେ ଗଣମାଧ୍ୟମ କୁ ଫୋଟ ଭିଡ଼ିଓ ନେଇ ଚାଲିଯିବାକୁ କହିବା,ସାମ୍ବାଦିକଙ୍କ ବିନା ମତାମତରେ ଜାତୀୟ ପ୍ରେସ ଦିବସ ପାଳନକୁ ନେଇ ଅଭିଯୋଗ,ଜିଲ୍ଲାରେ ଜେକେ ନିକଟରେ ଶିଶୁ ବିକ୍ରୀ ଓ ଗୁଣୁପୁର ରେ ମଧ୍ୟ ଶିଶୁ ବିକ୍ରୀ ଏବଂ ବେନିୟମ ପୋଷ୍ୟ ସନ୍ତାନ ଗ୍ରହଣ, ନିୟମଗିରିରେ ଶହ ଶହ ଡଙ୍ଗରିଆ ଦାଦନ ଖଟିବାକୁ ପଳାୟନ, କାଶୀପୁର ରେ ଏବେ ବି ଆମ୍ବ ଟାକୁଆକୁ ଖାଦ୍ୟ ରୂପେ ବ୍ୟବହାର, ମନରେଗା ଯୋଜନାରେ ମହାଦୁର୍ନୀତି(ଏକ ସିମେଣ୍ଟ ବସ୍ତାକୁ ₹.୧୮୦୦୦୦.୦୦), ବିଧାନ ସଭାରେ ଚଇତି ଖର୍ଚ୍ଚ ଉପରେ ଭ୍ରମାତ୍ମକ ଉପସ୍ଥାପନ କରାଇବା ,ସରକାରଙ୍କ କୋଟି କୋଟି ଟଙ୍କା ଆଦିବାସୀ,ହରିଜନ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଲାଗି ଖର୍ଚ୍ଚ ହେଉଥିବା ବେଳେ ଚଳିତ ବର୍ଷ ଅନେକ ଛାତ୍ର ଛାତ୍ରୀଙ୍କ ମତ୍ୟୁ ଭଳି ଅନେକ ଦୁର୍ବଳ ପ୍ରକ୍ରିୟା ଉପରେ ଗତଦିନରେ ସାମ୍ବାଦିକମାନେ ଅତି ଉପାଦେୟ ତଥ୍ୟ ଭିତ୍ତିକ ସତ୍ୟ ସମ୍ବାଦ ଉପସ୍ଥାପନ କରିବାରୁ ପ୍ରଶାସନର ରୋଷର ଶୀକାର ହୋଇଛନ୍ତି ।କେବଳ ସେତିକି ନୁହେଁ ସରକାରୀ ସଭାରେ କେବଳ ଏକ୍ରେଡିସନ ସାମ୍ବାଦିକ ରହିପାରିବେ କହି ରାୟଗଡ଼ା ଏମ୍ ଏଲ ଏ ଙ୍କ ଦ୍ଵାରା ନିନ୍ଦିତ ହୋଇଛି ପ୍ରଶାସନ । ତେଣୁ ଔଷଧ ବିକଳରେ ତାଟିଆ କାମୁଡା ନୀତିରେ ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଡି ଆଇ ପି ଆର୍ ଓ ବସନ୍ତ କୁମାର ପ୍ରଧାନ କିଛି ସାମ୍ବାଦିକଙ୍କ କାର୍ଯ୍ୟାଳୟ କୁ ସାମ୍ବାଦିକଙ୍କ ବିରୁଦ୍ଧରେ ମିଥ୍ୟା ତଥ୍ୟ ସହ ମନଗଢ଼ା ଚିଠି ଦେଇଛନ୍ତି । କାହାକୁ ମଦୁଆ(drunkard), କାହାକୁ ଗୁଣ୍ଡା(hooligan)
,ସାମ୍ବାଦିକ ମାନେ ବୈଠକ ଭଣ୍ଡୁର କରିବା, ଭଳି ଶବ୍ଦ ବ୍ୟବହାର କହି ସରକାର ଓ ଗଣମାଧ୍ୟମର ସମ୍ପାଦକ ମାନଙ୍କୁ ଅତି ବିଭତ୍ସ ଚିଠି ଲେଖିଛନ୍ତି । ଏଣୁ
ଆଜି ସମୂହ ସାମ୍ବାଦିକ ଏକତ୍ର ହୋଇ ଡି ଆଇ ପି ଆର ଓ ସାମ୍ବାଦିକ ମାନେ ମଦ୍ୟପାନ କରୀବା କଥାକୁ ଡିଆଇପିଆରଓ କେମିତି ଜାଣିଲେ ପ୍ରମାଣ ଦେବାକୁ ହେବ ବୋଲି ସାମ୍ବାଦିକ ମାନେ ଦାବି କରିବା ସହ ଘଟଣାର ଅନୁଧ୍ଯାନ କରି ଆସନ୍ତା 7 ଦିନ ଭିତରେ ନିଜର ପକ୍ଷ ରଖିବା ପାଇଁ ରାୟଗଡା ସାମ୍ବାଦିକ ସମୁହ ଦାବି କରିଛନ୍ତି। ଏନେଇ ଆଜି ସାମ୍ବାଦିକ ସମୂହ ଡେପୁଟି କଲେକ୍ଟର ମଧୁସ୍ମିତା ବେହେରାଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ସମୟରେ,ସୁଶାନ୍ତ ପ୍ରଧାନ,ବିଦ୍ୟାଭୂଷଣ ପଣ୍ଡା,ତପନ କଡ୍ରାକା,ଗୋପୀନାଥ ଗୌଡ଼, ସନ୍ତଶ ବେହେରା,ରଞ୍ଜନ କୁମାର ମହାନ୍ତି,ସନ୍ତଶ ଦଳେଇ,ଅସୁତଶ ପଟନାୟକ,ମୁରଲୀ ବଛା,ମାଲେସ କୌଶଲ୍ୟାଙ୍କ ସହ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।