ଜାତୀୟ ସ୍ତରର କବାଡି ଖେଳାଳି ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଅଜିତ ଯୋଷୀ।

କଣ୍ଟାବାଞ୍ଜି,୨୭/୧୧ : ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଓମ ସା ମଧ୍ୟପ୍ରଦେଶ ରାଜ୍ୟ ର ଭୋପାଳ ଠାରେ ଆୟୋଜିତ ୬୮ ତମ ଜାତୀୟ ସ୍କୁଲ ଖେଳ ପ୍ରତିଯୋଗିତାରେ ଓଡ଼ିଶା ଟିମରୁ କବାଡି ଖେଲାଳି ଭାବେ ଅଂଶଗ୍ରହଣ କରିଥିଲେ ।ସୁନ୍ଦରଗଡ ଜିଲ୍ଲାର କ୍ରୀଡ଼ା ପ୍ରଶିକ୍ଷଣ ଶିବିରରେ ୧୦ ଦିନ ପ୍ରଶିକ୍ଷଣ ନେବା ପରେ ମଧ୍ୟପ୍ରଦେଶର ଭୋପାଳ ଠାରେ କବାଡି ପ୍ରତିଯୋଗି ଭାବରେ ଯୋଗଦେଇଥିଲେ । ଓଡ଼ିଶା ଟିମ ରୁ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ଛାତ୍ର ଅଂଶ ଗ୍ରହଣ କରି ଅଞ୍ଚଳର ଗୌରବ ବଢାଇଥିଲେ । ତେଣୁ ଆଜି ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ,ଜାତୀୟ ଖେଲାଳି ଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସମ୍ମାନୀତ କରିଥିଲେ ।

Leave a Reply

Your email address will not be published. Required fields are marked *