6 ଦଫା ଦାବି ପୂରଣ ନ ହେଲେ ଆସନ୍ତା 5 ଅନିର୍ଦ୍ଧିଷ୍ଠ କାଳ ଧାରଣା ପାଇଁ ଅଣ୍ଟା ଭିଡୁଛି ନିଖିଳ ଓଡିଶା ରାଜ୍ୟ ସଡକ ପରିବହନ କର୍ମଚାରୀ ମହାସଂଘ

Reporter-ଅଜୟ ରଥ

ରାୟଗଡ : 6 ଦଫା ଦାବି ପୂରଣ ନ ହେଲେ ଆସନ୍ତା 5 ଠାରୁ ଅନିର୍ଦ୍ଧିଷ୍ଠ କାଳ ଧାରଣା ପାଇଁ ଅଣ୍ଟା ଭିଡୁଛି ନିଖିଳ ଓଡିଶା ରାଜ୍ୟ ସଡକ ପରିବହନ କର୍ମଚାରୀ ମହାସଂଘ।ଆଜି ସନ୍ଧ୍ୟାରେ ରାୟଗଡ ବିଜୁ ପଟନାୟକ ବସ ଷ୍ଟାଣ୍ଡ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ରାୟଗଡ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଓଡିଶା ରାଜ୍ୟ ସଡକ ପରିବହନ କର୍ମଚାରୀ ମହାସଂଘର ସମ୍ପାଦକ କାଳୁ ଚରଣ ଗୌଡ଼,ସହ ସମ୍ପାଦକ ସର୍ବେଶ୍ୱର ନାଥ,1କର୍ମଚାରୀ ସଂଗ୍ରାମ ସମିତି ଅଧକ୍ଷ ଶୁଭେନ୍ଦୁ କୁମାର ରାଉତ ରାୟ,
ଏଡ଼ଭାଇଜର ଦେବାସୀଷ ପରିଡା ପ୍ରମୁଖ ଯୋଗ ଦେଇ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିବା କଳା ତାଲିକାଭୁକ୍ତ କର୍ମଋରୀମାନଙ୍କୁ ପୁନଃ ନିଯୁକ୍ତି କରିବା ସହିତ ୨୦୧୮ ମସିହା ଠାରୁ ଆକ୍ରୋଶମୂଳକ ଭାବେ ଶିକାର ହୋଇଥିବା କର୍ମଋରୀମାନଙ୍କ ବଦଳି ଓ ବହିଷ୍କାର ଆଦେଶକୁ ପ୍ରତ୍ୟାହାର,ସପ୍ତମ ବେତନ କମିଶନ ଆଧାରରେ କର୍ମଋରୀମାନଙ୍କୁ ଦରମା ପ୍ରଦାନ,ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ଆଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ,ଅବସରପ୍ରାପ୍ତ କର୍ମଗ୍‌ରୀଙ୍କୁ ୭ ଦିନ ମଧ୍ୟରେ ତାଙ୍କର ଅବରସକାଳୀନ ପ୍ରାପ୍ୟ ପ୍ରଦାନ,ଅତିରିକ୍ତ ଶାସନ ସଚିବଙ୍କ ନିକଟରେ ପ୍ରଦାନ କରାଯାଇଥିବା (ଶ୍ରୀ ପ୍ରଶାନ୍ତ କୁମାର ହୋତା, ରବିନ୍ଦ୍ର କୁମାର ବେହେରା)ଙ୍କ ବିରୁଦ୍ଧରେ ଅଭିଯୋଗକୁ ତଦନ୍ତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭଳି 6 ଦଫା ଦାବିକୁ ନେଇ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି ମହା ସଙ୍ଘ। ମହାସଂଘ ଗତ ସମବାର ଠାରୁ ପୁରୀ ଜିଲ୍ଲା ମାଳତୀ ପାଟପୁର ଶାଖା ଠାରୁ ଧାରଣା ଅଭିଯାନ ଆରମ୍ଭ କରିଛି। ସାରା ରାଜ୍ୟର ସମସ୍ତ ଜିଲ୍ଲାର କର୍ମଚାରିଙ୍କ ସହ ଆଲୋଚନା ପରେ ଯଦି ଆସନ୍ତା 4 ତାରିଖ ସୁଧା ଦାବି ପୂରଣ ନହୁଏ ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମହାସଂଘର ସମ୍ପାଦକ କାଳୁ ଚରଣ ଗୌଡ଼।ଏହି ବୈଠକରେ ରାୟଗଡ ଶାଖାର ପୂର୍ବତନ ରାୟଗଡ ଷ୍ଟେସନ ମାଷ୍ଟ୍ର କେ ସି ମିଶ୍ରଙ୍କ ସମେତ
ରାୟଗଡ ଜନର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *