

ବଡଚଣା୨୫/୧୧
ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଯାଜପୁର ଶାଖା ଆନୁକୂଲ୍ୟରେ ଯାଜପୁର ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ୬୩ତମ ଜାତୀୟ ଭେଷଜ ସପ୍ତାହ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ. ଶିଭାଶିଷ୍ ମହାରଣା ଯୋଗଦେଇ ଭେଷଜ ଅଫିସର ମାନଙ୍କ କାର୍ଯ୍ୟକଳାପ ଓ ତାଙ୍କର ଗୁରୁତ୍ୱ ପ୍ରସଙ୍ଗର ଆଲୋଚନା କରିଥିଲେ।ଜିଲ୍ଲା ଶାଖା ସଭାପତି ସଂଯୁକ୍ତା ଧଳ ସଭାପତିତ୍ୱ କରିବା ସହ ଭେଷଜ ସପ୍ତାହର ଗୁରୁତ୍ୱ ଭେଷଜ ଅଫିସରଙ୍କ ଗୁରୁତ୍ୱକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସଦରମହକୁମା ଚିକିତ୍ସାଳୟ ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଓ୍ୟୈଷଧ ବିତରଣ କରିବା ସହ କେତେ ମାତ୍ରାରେ ଖାଇବା ତାହାର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ଜନସାଧାରଣ ମାନଙ୍କୁ ସଚେତନ କରାଇବାରେ ଭେଷଜ ଅଫିସର ମାନଙ୍କ ଭୁମିକା ବିଷୟରେ ତାଙ୍କ ଅଭିଭାଷଣରେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସଂପାଦକ କାର୍ତ୍ତିକ ଚନ୍ଦ୍ର ସାମଲ ବରିଷ୍ଟ ଭେଷଜ ଅଧିକାରୀ ସଚିକାନ୍ତ ରାଉଳ,ପ୍ରକାଶ ଚନ୍ଦ୍ର ସାହୁ, ଲଲାଟେନ୍ଦୁ ପତି,ଶୁଶାନ୍ତ ଭୂଷଣ ସ୍ୱାଇଁ, ଜୟନ୍ତ ମହାନ୍ତି,ପ୍ରସନ୍ନ ପଣ୍ଡା ଓ କନିଷ୍ଠ ଭେଷଜ ଅଧିକାରୀ ଶୁଶାନ୍ତ ସାହୁ,ମିହିରି ସାମଲ,ନନ୍ଦିନୀ ମାହାନ୍ତ,ଜ୍ୟେତି ରଞନ ମଲ୍ଲିକ,ଆଶିଷ ଦାସ ପ୍ରମୁଖ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ସର୍ବ ଶେଷରେ ସରୋଜ ରାଉତରାୟ ଓ ବିଞାନ ରାୟ ସଭା ସଂଗ କରିବା ସହ ଧନ୍ୟବାଦ ଦେଇଥିଲେ।