
ଣ୍ଡିଖୋଲ ୨୫/୧୧
ବଡ଼ଚଣା ବ୍ଲକ ଅନ୍ତର୍ଗତ ଧlନମଣ୍ଡଳ ମେଳଣ ପଡ଼ିଆରେ ଚାଲୁଥିବା ସ୍ପୋର୍ଟସ ଆଣ୍ଡ କଲ୍ଚରାଲ ଆସେଶ୍ୱସନ ଆନୁକୁଲ୍ୟରେ ଚାଲୁ ଥିବା ଦଶମ ବାର୍ଷିକ ଗୁରୁ ରବିନାରାୟଣ ଦାସ ସ୍ମାରକୀ କ୍ରିକେଟ ଟୁନା ମେଣ୍ଟ ଫାଇନାଲ ଖେଳରେ ଖୋର୍ଦ୍ଧା ର ଅର୍ଟି କ୍ରିକେଟ କ୍ଲବ୍ ଚମ୍ପିୟାନ ହୋଇଛି । ପ୍ରଥମ ବ୍ୟାଟିଂ କରି କିୟାଝର କ୍ରିକେଟ କ୍ଲବ୍ ନିର୍ଦ୍ଧାରିତ ୨୦ ଓଭରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିଥିଲେ। ୨୬୭ ରନର ବିଜୟ ଲକ୍ଷ୍ୟ ନେଇ ଅଟ୍ରୀ କ୍ରିକେଟ କ୍ଲବ୍ ୬ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ଚଳିତ ବର୍ଷର ଚମ୍ପିୟାନ ଅ।କ୍ଷା ଅର୍ପଣ କରିଛି । ଖେଳ କୁ ଇନ୍ତେକ।ମ୍ ଆଲମ୍ ଓ ସତ୍ୟ ବ୍ରତ ସାମଲ ପରିଚାଳନା କରିଥିଲେ । ସୁଧାକର ଦାସଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣି ଉଚ୍ଚବରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ଖେଳ ପଡିଆର ଉନ୍ନତି ଓ ମୀନି ଷ୍ଟାଡିୟମ୍ କରିବା ପାଇଁ ପ୍ରତି ଶ୍ରୁତି ଦେଇଥିଲେ । ଓ ଅନ୍ୟ ମାନଙ୍କ ମଧ୍ୟରେ ବଡ଼ଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ , ଆଇନ ଜିବୀ ଦେବରାଜ ବେହେରା , ସରପଞ୍ଚ ନବଦୀପ ନାୟକ , ହୋଲିଯେଜସ ଅଧକ୍ଷ କାମିନୀ ନାୟକ , ଶୁଙ୍ଗୁଡ଼ା ସରପଞ୍ଚ ଅଞ୍ଜୁଲାତା ସ୍ବାଇଁ , ସମାଜ ସେବୀ ରଶ୍ମିରଞ୍ଜନ ଦାସ , ବାସୁଦେବ ଦାସ, ଉଦୟ କୁମାର ଦାସ , ରଜନୀ ଗନ୍ଧ ନାୟକ, ଦୀପକ ମିଶ୍ର ,ପ୍ରକାଶ ସାହୁ, ହରି ଶଙ୍କର ପଣ୍ଡା ,କ୍ରିତିରlଜ ସ୍ବାଇଁ , ଦୀପକ ଦାସ, ଧାନୁର୍ ଧାରା ଜେନା ପ୍ରମୁଖ ଉପସ୍ଥିତ ଥିଲେ।