
ଭୁବନେଶ୍ୱର : ଦିବିସା ହର୍ବାଲ କେୟାରର ବହୁ ଜଣାଶୁଣା ଉତ୍ପାଦ ରୂପମନ୍ତ୍ରା ଆୟୁର୍ବେଦିକ୍ ଫେସ୍ୱାସ୍ର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିଯୁକ୍ତି ଦିଆଯାଇଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନିର ସହ-ପ୍ରତିଷ୍ଠାତା ଡ. ସଞ୍ଜୀବ ଜୁନେଜା ଏହି ଘୋଷଣା କରିଛନ୍ତି ।
ରୂପ ମନ୍ତ୍ରା ଫେସ୍ୱାଶ୍ର କାଟେଗୋରି ସେୟାର ଏହା ବଢାଇବ ବୋଲି ସେ କହିଛନ୍ତି । ଜୁନେଜା ଆହୁରି କହିଛନ୍ତି ଯେ, ଯୁବପିଢିଙ୍କ ମଧ୍ୟରେ ଉର୍ବଶୀ ଅତ୍ୟନ୍ତ ଲୋକପ୍ରିୟ । ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ୨.୩ କୋଟି ପ୍ରଶଂସକ ଅଛନ୍ତି । ରୂପ ମନ୍ତ୍ରା ସହ ତାଙ୍କର ସମ୍ପୃକ୍ତି କମ୍ପାନି ପାଇଁ ଲାଭଦାୟକ ହେବ ।