


ପାରାଦୀପ ତା ୧୮.୧୧.୨୦୨୪ ରିଖ – ଆଜି କଳିଙ୍ଗ ବାଲିଯାତ୍ରା ର ପଞ୍ଚମ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ରମେଶ ବାବୁ ପି., ମହାପ୍ରବନ୍ଧକ,ପି.ପି.ଏଲ ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ କେ. ମୋହନ ରାଓ, ଯୁଗ୍ମ ସାଧାରଣ ପରିଚାଳକ, ଇଫକୋ ଓ ଶ୍ରୀ ଅରୁଣ ରଥ,ମୁଖ୍ୟ ବ୍ରାଉନ ଫିଲ୍ଡ ପ୍ରକଳ୍ପ,ଏ.ଏମ.ଏନ.ଏସ ଇଣ୍ଡିଆ (ଓଡ଼ିଶା )ଏବଂ ଶ୍ରୀ ଅଭିଷେକ ପଣ୍ଡା, ନିର୍ବାହୀ ଅଧିକାରୀ, ପାରାଦୀପ ପୌର ପରିଷଦ।ଆଜିର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୃତ୍ୟ ଧ୍ଵନି ଡାନ୍ସ ଏକାଡେମୀ ଓ ଶ୍ରୀ ଶ୍ରୀ ମହାବୀର ଆଦର୍ଶ କଳା ବିକାଶ କେନ୍ଦ୍ର ଦ୍ଵାରା ସମ୍ବଲପୁରୀ ନୃତ୍ୟ, ଋତୁପର୍ଣା କଳା ସାହିତ୍ୟ ସଂସଦ ଦ୍ଵାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍, ଗାନଲକ୍ଷ୍ମୀ କଳା ପ୍ରତିଷ୍ଠାନ ଦ୍ଵାରା ଦେଶାତ୍ମକ, ଅନନ୍ୟା କଳା ଦର୍ପଣ ଓ ରୁପାୟଣ ଗ୍ରୁପ ଦ୍ଵାରା ସେମିକ୍ଳାସିକଲ୍ ଡାନ୍ସ, ଆଦିଦେବ ଗ୍ରୁପ ଦ୍ଵାରା ଆଧୁନିକ ସଙ୍ଗୀତ, ଆସାମଲୋକ ନୃତ୍ୟ ଗ୍ରୁପ ଦ୍ଵାରା ଲୋକନୃତ୍ୟ, ନାଟ୍ୟସୂତ୍ର ଦ୍ଵାରା ଡାନ୍ସ ପରିବେଷଣ କରାଯାଇଥିଲା। ସେହିପରି ପତଞ୍ଜଳି ଜୟ ସମିତି ଯୋଗ, କଳିଙ୍ଗାୟଣ ଗ୍ରୁପ ଓଡ଼ିଶୀ, ଏବଂ ଆନିମଲ୍ ମାସ୍କ ଓ କଣ୍ଢେଇ ନୃତ୍ୟ ପରିବେଷଣ ହୋଇଥିଲା। ଶେଷରେ ସାରେଗାମାପା ଟିମ୍ ଲୋକମାନଙ୍କର ମନୋରଞ୍ଜନ କରିଥିଲେ। ପାରାଦୀପ ରୁ ପୁରୁଷୋତ୍ତମ ଶତପଥି