ଅତି ସଂଗିନ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ, ଚାରିଆଡ଼େ କେବଳ ଧୂଆଁମୟ ପରିବେଶ, ସୁପ୍ରିମକୋର୍ଟ କହିଲେ..

ରାଜଧାନୀର ଦିଲ୍ଲୀର ବାୟୁ ଗୁଣବତ୍ତା ବହୁତ ଖରାପ ରହିଛି । ଏଠାରେ ଆଜି ଏକ୍ୟୁଆଇ ୪୯୩ ରହିଛି। ଚଳିତ ଋତୁରେ ଏହା ସର୍ବାଧିକ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ରୀୟ ପ୍ରଶାସନଙ୍କୁ କଡ଼ା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ସ୍ଥିତି ସାଂଘାତିକ ହେବା ଯାଏ ସରକାର କାହିଁକି ଅପେକ୍ଷା କରିଥିଲେ ତାହା ପଚାରିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ନ ହେବା ଯାଏ ଦିଲ୍ଲୀରେ GRAP-୪ ବଳବତ୍ତର ରହିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ସରକାର କାହିଁକି ସାଙ୍ଘାତିକ ପରିସ୍ଥିତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ, ପୂର୍ବରୁ (GRAP) ଲାଗୁ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦିଲ୍ଲୀରେ GRAP-୪ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସିବା ପରେ ଆଜି GRAP-୪ ଲାଗୁ କରାଯାଇଛି । ଗ୍ରାପ-୪ ଲାଗୁ ହେବା ପରେ ପ୍ରଦୂଷଣ ସ୍ତର ଗମ୍ଭୀର ସ୍ଥିତିରେ ଦେଖି କଡା ପଦକ୍ଷେପ ନିଆଯାଇଛି । “ପୁଣି ଅଶାନ୍ତ ହେଲା ମଣିପୁର; ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁଙ୍କ ଘରେ ପଶିଲେ ହିଂସାକାରୀ, ବର୍ତ୍ତିଲେନି ମନ୍ତ୍ରୀ ଓ ବିଧାୟକ” ଏବେ ଦିଲ୍ଲୀକୁ ପ୍ରଦୂଷଣ ଏତେ ମାତ୍ରାରେ ଘୋଡ଼ାଇ ରଖିଛି ଯେ ୧୫୦ରୁ ଅଧିକ ମିଟର ରାସ୍ତା ଦୃଶ୍ୟମାନ ହେଉନାହିଁ। ଚାରିଆଡ଼େ କେବଳ ଧୂଆଁମୟ ପରିବେଶ। ନିଃଶ୍ୱାସ ନେବା ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏପରି ସ୍ଥିତି ଯୋଗୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଆଜି ୩୬ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୧୩ଟିରେ ଏକ୍ୟୁଆଇ ଅତ୍ୟନ୍ତ ସାଂଘାତିକ ଅର୍ଥାତ ୪୯୯ କିମ୍ବା ୫୦୦ ରହିଛି। ଏହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ ଖରାପ। ଇଣ୍ଡିଆ ଗେଟ, ମୁଣ୍ଡକା, ନଜଫଗଡ଼, ଦ୍ୱାରକା, ସିରି ଫୋର୍ଟ, ପଞ୍ଜାବୀ ବାଗ, ଉତ୍ତର କ୍ୟାମ୍ପସ ଓ ରୋହିନରା ବାୟୁର ଗୁଣବତ୍ତା ସବୁଠାରୁ ଖରାପ ରହିଛି।

Leave a Reply

Your email address will not be published. Required fields are marked *